ନୂଆଗଡ ରୋଗୀ ଆରୋଗ୍ୟ କେନ୍ଦ୍ରରେ ରୋଷେୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ ରୋଗୀ ଆରୋଗ୍ୟ କେନ୍ଦ୍ରରେ ରୋଷେୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି.ନୂଆଗଡ ରୋଗୀ ଆରୋଗ୍ୟ କେନ୍ଦ୍ରରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଭଗବାନ ପାତ୍ରଙ୍କ ସରକାରୀ ବାସ ଭବନରେ ରହି ଆସୁଥିଲେ.ଶନିବାର ସକାଳୁ ତାଙ୍କୁ କୌଣସି କାରଣରୁ ଡକା ଯାଇଥିବାବେଳେ ସେ ତଳେ ପଡି ଯାଇଥିଲେ. ଏହାଦେଖି ପୋଲିସକୁ ସୂଚନା ଦିଆ ଯାଇଥିଲା.ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ.ପରେ ଶବ ଜବତ କରି ଶେରଙ୍ଗ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସକାଳେ 9 ଟାରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି.


