ନୂଆଦିଲ୍ଲୀରେ ବଡଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନୀତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଅଲ ଇଣ୍ଡିଆ କନଫେରେନ୍ସି ରେଏକ ବିରାଟ ଭବ୍ୟ ସମାବେଶରେ ଏହି ପୁରଷ୍କାରରେ ବଡ଼ ଦାସୁଡୁ ଶ୍ରୀ ରେଡ୍ଡୀ ସମ୍ମାନୀତ ହୋଇଛନ୍ତି ।ବହୁଜନ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ନାର୍ଲା ରାଧାକ୍ରିଷ୍ଣା ଏବଂ ବହୁ ଗଣ୍ୟମାନ୍ୟ ଅତିଥୀଙ୍କ ଠାରୁ ଏହି ପୁରସ୍କାର ପାଇଛନ୍ତି ।ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନ ରେ ସେ ପୁରସ୍କାର ନେଇ ଛତ୍ରପୁର ରେ ପହଂଚିବା ପରେ ଗଞ୍ଜାମ ଜିଲ୍ଲାର ବହୁ ଆଧ୍ୟାତ୍ମିକ କଳା ସଂଗଠନର କର୍ମକର୍ତ୍ତା ଓ ନୃତ୍ୟ କଳାକାର ଏବଂ ଛତ୍ରପୁରବାସୀଙ୍କ ପକ୍ଷରୁ ସ୍ଥାନୀୟ ବଡ଼ ଷ୍ଟେସନ ଠାରେ ତାଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି । ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କଳାକୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟସ୍ତରରୁ ବହୁ ପୁରଷ୍କାର ଆଣିଛନ୍ତି ।ତେଣୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଓ ତାଙ୍କର ଦୀର୍ଘ ନିରାମୟ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ