ନୂଆପଡ଼ା ଖଡିଆଳ ଠାରେ ସଡ଼କ ସୁରକ୍ଷା ମାସ ପାଳିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଖଡିଆଳ ଠାରେ ସଡ଼କ ସୁରକ୍ଷା ମାସ ପାଳିତ, ସଚେତନ ଶୋଭାଯାତ୍ରା ଅନୁଷ୍ଠିତ, ହେଲମେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରିଛନ୍ତି। ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ଖଡିଆଳ ବ୍ଲକ୍ ଛକ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ବାଇକ୍ ଆରୋହୀ ହେଲମେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ହେଇ ସ୍ବାଗତ କରିଥିଲେ। ଜିଲ୍ଲାପାଳ ଏହି ଉପଲକ୍ଷେ ଏକ ସଚେତନ ରଥ କୁ ଶୁଭାରମ୍ଭ କରି ନିଜ ଜୀବନ ନିଜ ହାତରେ ବୋଲି ବାର୍ତ୍ତା ଦେଇଥିଲେ। ବିଶେଷ ରୂପେ ହେଲମେଟ ବ୍ୟବହାର, ନିଜ ନାବାଳକ ସନ୍ତାନଙ୍କୁ ବାଇକ୍ ଚାଲିବାକୁ ନ ଦେବା ସହ ମଦ୍ୟ ପାନ କରି ଗାଡ଼ି ନ ଚାଲିବା ସହ ସଡ଼କ ସୁରକ୍ଷା ନୀତି ନିୟମ ପାଳନ ପାଇଁ ଆହ୍ବାନ କରିଥିଲେ। ଏହି ରେଲି ରେ ଖଡିଆଳ ବସ ମାଲିକ ସଂଘ ଯୋଗ ଦେଇଥିବା ବେଳେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଏମ ଭି ଆଇ ଉପେନ୍ଦ୍ର ପୁସିକା, ପ୍ରଜ୍ଞା ପରିମିତ ବୋଲ, ସଂଜୀବ କୁମାର ପଣ୍ଡା ଦିଲୀପ ଦାସ ପରମା ସିଂ, ରଶ୍ମି ସାହୁ ସମେତ ଖଡିଆଳ ରାଜା ଏଟି ହାଇସ୍କୁଲ ଏବଂ ସରକାରୀ ବାଳିକା ସ୍କୁଲ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ