ନୂଆପଡ଼ା ଗସ୍ତରେ ଓଡ଼ିଶା ଯୋଗାଣ ଓ ଖାଦ୍ୟ ଯୋଗାଣ
ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ଆସନ୍ତା କାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା। ସରକାର ଠାରୁ ଆରମ୍ଭ କରି ପ୍ରଶାସନ ଏବଂ କୃଷକ ମାନେ ଉତ୍ସାହିତ ଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ବର୍ଦ୍ଧିତ ଧାନର ସହାୟକ ମୂଲ୍ୟ ପାଇବେ। ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ସମସ୍ତ ପ୍ରସ୍ତୁତି ସରି ଯାଇଛି । ଧାନ କ୍ରୟ ବିକ୍ରିୟ ନେଇ ସମୀକ୍ଷା କରିବା ପାଇଁ ଆଜି ଦିନିକିଆ ନୂଆପଡା ଗସ୍ତରେ ଓଡ଼ିଶା ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଙ୍କ ସଭାଗୃହରେ ଯୋଗଦାନ କରିଛନ୍ତି। ଜିଲ୍ଲା ଅଧିକାରୀ ମାନଙ୍କ ସହିତ ମଣ୍ଡି ସମ୍ପର୍କିତ ସମୀକ୍ଷା କରିଛନ୍ତି। ମଣ୍ଡି ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ବିଜେପି ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଚଳିତ ଖରିଫ ଋତୁରେ ୨୬ ଗୋଟି ପ୍ୟକ୍ସ୍ ଦ୍ବାରା ୭୭ ଗୋଟି ମଣ୍ଡି ଏବଂ ୧୩ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ଧାନ ସଂଗ୍ରହ ଦାୟିତ୍ଵ ଦିଆଯାଇଛି ।ଜିଲ୍ଲାର ୩୧ ଗୋଟି ମିଲର୍ସ ଧାନ ସଂଗ୍ରହ କରିବେ ।ଜିଲ୍ଲା ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ସନ୍ଧ୍ୟାରେ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି ।ଅନ୍ୟପଟେ ଉଚିତ ମୂଲ୍ୟ ଚାଷୀ ଙ୍କୁ ପ୍ରାପ୍ୟ ପାଇବେ। ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ, ବିଧାୟକ ଅଧିରାଜ ପାଣିଗ୍ରାହୀ,ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥଲେ।