ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବୋଡେ଼ନ, (ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ସେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ ରେ ୪.୫୦ ରେ ଅବତରଣ କରିବାର ଥିଲା ସେ ୫.୫୫ ମିନିଟ ରେ ଅବତରଣ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ଏସ ପି ସ୍ବାଗତ କରିବା ପରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା , ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ସ୍ବାଗତ ଜଣାଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଙ୍କ କାର୍କେଟ ୩୫୩ ନମ୍ୱର୍ ଜାତୀୟ ରାଜପଥ ଦେଇ ନୂଆପଡ଼ା ଗାୟତ୍ରୀ ମନ୍ଦିର ରେ ପହଞ୍ଚିବ। ସେଠାରେ ପୂଜା ଅର୍ଚ୍ଚନା ପରେ ନୂଆପଡ଼ା ମୁଖ୍ୟ ସଡ଼କ ରେ ରୋଡ ଶୋ କରିବେ, ଏକତା ଛକ ଠାରେ ସ୍ୱର୍ଗତ ଘାସିରାମ ମାଝୀ ଙ୍କ ପ୍ରତି ମୂର୍ତ୍ତି ଉପରେ ମାଲ୍ୟାର୍ପଣ କରି ମାରାଗୁଡ଼ା ଲୋକ ମହୋତ୍ସବ ପଡିଆକୁ ଯିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ