ନୂଆପଡ଼ା ଜିଲ୍ଲା କୋମନାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଦିନିକିଆ ଗସ୍ତ, ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିଛନ୍ତି

ବୋଡେ଼ନ, (ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା କୋମନାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ଯୋଗଦାନ କରିଛନ୍ତି। ତାଙ୍କ ପରିବାର ସହ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିଛନ୍ତି। କୋମନା ନିବାସୀ ସଦନ ତିୱାରୀ ଙ୍କ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବା ସହ ମନ୍ଦିର ରେ ପୂଜା ଅର୍ଚ୍ଚନା କରିଥିଲେ। ତାଙ୍କ ସହ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ସାଏ, ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ଯୋଗ ଦେଇଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ନୂଆପଡ଼ା ଏସ ପି ଜି ରାଘବେନ୍ଦ୍ର, ଯୋଗ ଦେଇଥିବା ବେଳେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଅଭିନନ୍ଦନ ପଣ୍ଡା ଯୋଗ ଦେଇଥିଲେ। ପୁଣି ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଅଛି। ସ୍ବତନ୍ତ୍ର ହେଲିକେପ୍ଟରେ ଦିନ ୧୧ ଘଣ୍ଟା ୩୫ ମିନିଟ ରେ କୋମନା କୃଷ୍ଣା ପବ୍ଲିକ ସ୍କୁଲ ହେଲିପେଡ ରେ ଅବତରଣ କରିବା ଥିଲା କିନ୍ତୁ ସେ ୧ ଘଣ୍ଟା ୨୫ ମିନିଟ ବିଲମ୍ୱ ୧୨ ଘଣ୍ଟା ୫୫ ମିନିଟ ରେ ଅବତରଣ କରିଥିଲେ। ସେଠାରୁ ସଡ଼କ ମାର୍ଗ ରେ ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରି ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୁ ସମ୍ପକ ସ୍ଥାପନ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ