ନୂଆପଡ଼ା ଜିଲ୍ଲା ରେ ମଣ୍ଡି ପରିଚାଳିତ, ବର୍ତ୍ତମାନ ସୁଧା ୩୬ ହଜାର କୁଣ୍ଟାଲ ଧାନ ସଂଗ୍ରହ

ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ। ଜିଲ୍ଲା ରେ କୃଷି ଉତ୍ପାଦିତ ଦ୍ରବ୍ୟ ଧାନ ସଂଗ୍ରହ ନେଇ ସ୍ବତନ୍ତ୍ର ମଣ୍ଡି ବ୍ୟବସ୍ଥା ରହିଥିବା ବେଳେ ଚଳିତ ଖରିଫ ୨୦୨୪-୨୫ ପାଇଁ ୭୭ ଗୋଟି ମଣ୍ଡି ରହିଅଛି। ବର୍ତ୍ତମାନ ସୁଧା ୨୭ ଗୋଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା ଗ୍ରହଣ ହୋଇଅଛି। ମଣ୍ଡି ରୁ ଧାନ ଉଠାଣ ପାଇଁ ଜିଲ୍ଲା ରେ ୩୧ ଗୋଟି ମିଲର୍ସ ମଧ୍ୟରୁ ୨୩ ଜଣ ମିଲର୍ସ ଙ୍କ ସହ ଚୁକ୍ତି ପତ୍ର ସ୍ବାକ୍ଷର ହୋଇଅଛି। ୮୮୬ ଜଣ ଚାଷୀ ମଣ୍ଡି ରେ ଧାନ ଦେଇଥିବା ବେଳେ ୩୬ ହଜାର କୁଣ୍ଟାଲ ଧାନ ବିକ୍ରି ହୋଇଅଛି। ସେଥିମଧ୍ୟରୁ ୪୨୭ ଜଣ ଚାଷୀଙ୍କ ପାଖକୁ ତାଙ୍କ ଧାନ ସହାୟକ ମୂଲ୍ୟ ପହଞ୍ଚିଛି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ନିଜ ଧାନ ସଂଗ୍ରହ ପ୍ରକ୍ରିୟା ର ତଥ୍ୟ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ