ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଓଡିଶା ସରକାର ଙ୍କ ଇନପୁଟ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଓଡିଶା ସରକାର ଙ୍କ ଇନପୁଟ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯଇଅଛି। ଏହି କାର୍ଯ୍ୟକ୍ରମ କୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ମାଲ୍ୟବନ୍ତ ସୁନା, ଦୀପିକା କୌଶଳ, ମୁରଲୀ ଭୋଇ, ଅବନୀ ରଂଜନ ଯୋଷୀ, ଉମା ଠାକୁର ଏବଂ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାସ ଚନ୍ଦ୍ର ରାଇତା, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ଠାକୁର ପ୍ରମୁଖ ଯୋଗ ଦେଇ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କୁ ଭର୍ଚ୍ୟିଆଲ ମାଧ୍ୟମ ରେ ଦେଖିଥିଲେ। ନୂଆପଡ଼ା ଜିଲ୍ଲା ରେ ପାଞ୍ଚ ଜଣ ଚାଷୀଙ୍କୁ ଧାନ ର ସହାୟକ ମୂଲ୍ୟ ଇନ ପୁଟ ସହାୟତା ରାଶି ଚେକ୍ ମାଧ୍ୟମ ରେ ଅତିଥି ମାନେ ପ୍ରଦାନ କରିଛନ୍ତି। ଜିଲ୍ଲା ର ୭୭ ଗୋଟି ମଣ୍ଡି ମଧ୍ୟ ରୁ ଧାନ ସଂଗ୍ରହ ଶୃଙ୍ଖଳିତ ଢଙ୍ଗ ରେ ସଂଗ୍ରହ ହେଉଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ସମସ୍ତ ସୁବିଧା ମହଜୁଦ ଥିବା ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ