ନୂଆପଡ଼ା ରେ ଅର୍ଣ୍ଣପୁରନା କ୍ରିକେଟ ଟୁର୍ଣ୍ଣାମେଂଟ-ବଡବାଡ ବିଜୟୀ

ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ ନୂଆପଡା ଠାରେ ମା ଅର୍ଣ୍ଣପୁରନା କ୍ରିକେଟ ଟୁର୍ଣ୍ଣାମେଂଟ ର ଫାଇନାଲ୍ଦିବସ ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ରବିବାର ଫାଇନାଲରେ ବ୍ରମହପୁର ର ଅକସତ ଦଳ ସହ ବଡ଼ବାଡ଼ ମୁକାବିଲା କରିଥିଲା।ବଡବାଡ ଦଳ ନିର୍ଦ୍ଧାରିତ 20 ଓଭର ରେ 177 ରନ ସଂଗ୍ରହ କରିଥିବା ବେଳେ ବ୍ରହ୍ମପୁର ଅକସତ ଦଳ ଜବାବ ରେ 20 ଓଭର ରେ ମୋଟ 157 ରନ ସଂଗ୍ରହ କରି 20 ରନ ରେ ପରାଜିତ ହୋଇଥିଲା। ବିଜୟୀ ଦଳ କୁ ଆୟୋଜକ ଙ୍କ ତରଫରୁ 20 ହଜ଼ାର ଟଙ୍କା ଏବଂ ରାନେର ଟିମ କୁ 12 ହଜାର ଟଙ୍କା ଟ୍ରଫି ସହ ପ୍ରଦାନ କରାଯାଇଛି।ତହସିଲଦାର ହର ପ୍ରାସାଦ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁରସ୍କାର ପ୍ରଦାନ କରି ଯୁବ ବର୍ଗ ଖେଳ ପ୍ରତି ରୁଚି ରଖି ସଫଳତା ହାସଲ କରି ରାଜ୍ୟ ର ଗର୍ବ ହେବା ପାଇଁ ଅଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ପୂର୍ଣ୍ଣ ଖେଳ କୁ ଶିବ ଶଙ୍କର ସାହୁ, ଦୁର୍ଗା ପ୍ରସାଦ ତ୍ରିପାଠୀ ପରିଚାଳନା କରିଥିବାବେଳେ ବିଜୟୀ ଦଳ ର ପପୁ ମେନ ଅଫ ଦି ସିରିଜ ଓ ତରୁଣ ମେନ ଅଫ ଡି ମେଚ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ସେହି ଭଳି ବ୍ରମହପୁର ଦଳ ର ବାବୁଲି ବେଷ୍ଟ ବେଟସ ମେନ ଏବଂ ଚିକୁ ବେଷ୍ଟ ବୋଲେର ଭାବେ ପୁରସ୍କୃତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ