ନୂଆପଡା ଓ କଳାହାଣ୍ଡି ରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେଡି ସୁପ୍ରିମୋ

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ନବୀନ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆପଡ଼ା ଜିଲ୍ଲା ଗୋତମା ଏୟାରଷ୍ଟ୍ରିପଠାରେ ପହଞ୍ଚିବେ। ସେଠାରୁ ତରବୋଡ଼ ଅଭିମୁଖେ ଯିବେ। ଅପରାହ୍‌ଣ ୧ଟା ୫୦ରେ ତରବୋଡ଼ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାଯ୍ୟକ୍ରମ ରହିଛି।ସେଠାରୁ ଖରିଆର ଅଭିମୁଖେ ଯାତ୍ରା କରିବେ। ପରେ ଖରିଆରରୁ ହାଇଟେକ ବସରେ ବସି ଭବାନୀପାଟଣା, ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ରେ ରୋଡ ସୋ’ କରିବେ ନବୀନ।ଏପ୍ରିଲ ୯ ଅର୍ଥାତ୍‌ ମଙ୍ଗଳବାର ୧୦ଟା ୪୦ରେ ମାଣିକେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡ଼ର ଦଶପଡ଼ାଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେଦିନ ୧୨ଟାରେ ହ୍ୟାଲିକପ୍ଟର ଯୋଗେ ତୁଳାପଡ଼ାଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ। ପରେ ଭୁବନେଶ୍ୱର ଅଭିମୁଖେ ଫେରିଯିବେ।ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ