ନୂଆପଡା ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବେରାଡି ସ୍କୁଲ ନିକଟସ୍ଥ ନୂଆପଡା – ଗରଦପୁରକୁ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କଡରେ ଦୋକାନ ବଜାର ଗଢିଉଠିବା ସହିତ ସେଠାରେ ଏକ ମଠ ମଧ୍ୟ ରହିଛି । ସେହି ରାସ୍ତା ଦେଇ ଦୈନିକ ଶହ ଶହ ଯାତ୍ରୀ ଯିବା ଆସିବା କରୁଥିଲେବି ସେମାନଙ୍କ ପାଇଁ ପାନୀୟ ଜଳର କୈାଣସି ବ୍ୟବସ୍ଥା ସେଠାରେ ନଥିବା ଅଭିଯୋଗ ହୋଇଛି । ତେଣୁ ବାଟୋଇଙ୍କ ସମେତ ସେହି ବଜାର ଏବଂ ମଠକୁ ଆସୁଥିବା ଲୋକମାନେ ଜଳକ୍ଳିଷ୍ଟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଣୁ ସେଠାରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବାକୁ ସେହି ଅଚଂଳର କରମ ଚାନ୍ଦ ସାହୁ, ଚିତ୍ତରଞ୍ଜନ ସାହୁ, ସ୍ମୃତିରଞ୍ଜନ ସେନାପତି, ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ସେହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ