ନୂଆପଡା ଜିଲ୍ଲାରେ ବେଧଡକ ଚାଲିଛି ଗୁଟଖା ବିକ୍ରି

ସିନାପାଲି,(ଲିଲାମ୍ବର ନାଗ): ରାଜ୍ୟରେ ଗୁଟ୍‌ଖା ବର୍ଜନ ନିର୍ଦ୍ଦେଶ ଆସିବା ପରେ ନୂଆପଡା ଜିଲ୍ଲା ସିନାପାଲି ଅଂଚଳରେ କଳା ବଜାରୀ ସକ୍ରିୟ ହୋଇପଡ଼ିଛନ୍ତି । ଗୁଟ୍‌ଖା ଉପରେ ଲୋକଙ୍କ ଠାରୁ ଡ଼ବଲ ଦାମ୍ ନେଉଥିବା ବେଳେ ଯାହାକୁ ନେଇ ଏବେ ମଧ୍ୟ ବହୁଳ ପରି ମାଣରେ ଗୁଟଖା କାରବାର ସିନାପାଲି ରେ ଚାଲିଛି । କେତେକ ଗୋଦାମରେ ବ୍ୟାପକ ପରିମାଣରେ ଗୁଟଖା ଗଚ୍ଛିତ ରହିଥ‌ିବା ବେଳେ ବିଭିନ୍ନ ପାନ ଦୋକାନରେ ଏହାର ବିକ୍ରି ଚାଲିଛି । ୫ ଟଙ୍କାର ଗୁଟ୍‌ଖାକୁ ୧୦ ଟଙ୍କା ନେଇ ଅସାଧୁ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି । ସିନାପାଲି ର କେତେ ଜଣ ବ୍ୟବସାୟୀ ଗୋଦାମ ଗୃହ ରେ ଭର୍ତି କରି ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ସିନାପାଲି ଅଂଚଳରେ ଚଢ଼ା ଦାମ୍‌ରେ ବିକ୍ରି ହେଉଛି ଗୁଟଖା । ଅଭ୍ୟାସଗତ ଲୋକମାନେ ଗୁଟୁଖା ସେବନ କରୁଛନ୍ତି । ଯାହାକୁ ନେଇ ଆଇନକୁ ଖୋଲାଖୋଲି ଭାବେ କେତେକ ବ୍ୟକ୍ତି ଚ୍ୟାଲେଜ କରୁଥିଲେ ମଧ୍ୟ ସିନାପାଲି ଅଂଚଳରେ ଗୁଟଖା ଉପରେ ଚଢ଼ଉ ନ ହେବା ଏକ ପରିତାପର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଛତିଶଗର୍ଡ ରୁ କେତେଜଣ ବ୍ୟକ୍ତି ନକଲି ଜର୍ଦା, ଗୁଟଖା ସାଇକେଲ ଓ ଲୁନା, ବାଇକ୍‌ରେ ଲଦି ଗଳି ଗଳି ବୁଲି ବିକ୍ରି କରୁଛନ୍ତି ଓ ଦୋକାନ ରେ ଦେଉଛନ୍ତି । ଯାହାକୁ ସେବନ କରି ଲୋକମାନେ କ୍ୟାନସର ଭଳି ବେମାରୀରେ ଆକ୍ରାନ୍ତ ହେଉଛନ୍ତି । ଏପରି ଘଟଣା ଦୀର୍ଘଦିନ ହେବ ଚାଲିଥିବା ବେଳେ ଏହାର ପ୍ରତିକାର କରାଯାଉ ନାହିଁ । ଅନେକ ପାନ ଦୋକାନରେ ଗୁଟଖାକୁ ବିକ୍ରି କରାଯାଉଥିବା ବେଳେ ୫ଟଙ୍କା ବଦଳରେ ୧୦ ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ଗୁଟଖା ଦାମ୍ ନିଆଯାଉଛି । ଗୁଟଖା ବିକ୍ରି ହେଉଥିଲେ ମଧ୍ୟ କ’ଣ ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଆଦେଶକୁ ପାଳନ କରୁ ନାହିଁ ତାହା ଏକ ପରିତାପର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭିନ୍ନ ନକଲି ଜର୍ଦା ମଧ୍ଯ ତିଆରି କରାଯାଉଛି । ଏହାର ଚେର କାହିଁ କେତେଦୂର ଲମ୍ବି ଥିବା ବେଳେ ପ୍ରଶାସନ ଏହି ନକଲି ଜର୍ଦା ନିର୍ମାଣକାରୀଙ୍କ ଚେର ଖୋଜି ପାଉ ନାହିଁ । ତେଜରାତି ଦୋକାନ ଠାରୁ ଆରମ୍ଭ କରି ପାନ ଦୋକାନ ପର୍ଯ୍ୟନ୍ତ ଖଇନ ଠାରୁ ଆରମ୍ଭ କରି ନକଲି ଜର୍ଦା ବିକ୍ରି କରାଯାଉଛି ।ସିନାପାଲି ର କେତେଜଣ ବ୍ୟକ୍ତି ଗୁଟଖା ଗୋଦାମ କରି ୫୦୦ ବସ୍ତାରୁ ଉର୍ଦ୍ଧ୍ବ ଗୁଟଖା ମହଜୁଦ୍ ରଖି ଚଢ଼ା ଦାମ୍‌ରେ ପାନ ଦୋକାନୀ ମାନଙ୍କୁ ଯୋଗଉଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ଗୁଖା ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ