ନୂଆପଲ୍ଲୀ ଗୋଲାପ କ୍ଷେତ ପରିଦର୍ଶନ କଲେ କୃଷିମନ୍ତ୍ରୀ
ଛତ୍ରପୁର , ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତ ର ନୂଆପଲ୍ଲୀ ଠାରେ ମହିଳା ସ୍ୱୟଂସହାୟିକା ଗୋÂୀ ନିଜ ପ୍ରଚେଷ୍ଟାରେ ଗୋଲାପ ଫୁଲ ଚାଷ କରିଛନ୍ତି । ଫୁଲଚାଷକୁ ପୂର୍ବରୁ ଗଂଜାମ ଜିଲ୍ଲାପାଳ , ପରେ ଭଦ୍ରକ ଜିଲ୍ଲାପାଳ ପ୍ରଶଂସା କରିଥିବା ବେଳେ ଆଜି ଖୋଦ୍ ରାଜ୍ୟ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପରିଦର୍ଶନ କରିଛନ୍ତି । ସ୍ୱୟଂ ସହାୟିକା ମହିଳା ଗୋÂୀଙ୍କ ଉଦ୍ୟମ କୁ ମନ୍ତ୍ରୀ ଶ୍ରୀ ସାହୁ ପ୍ରଶଂସା କରିଥିଲେ । ୫ ମହିଳା ସ୍ୱୟଂ ସହାୟିକା ଗୋÂୀ ମିଳିତ ଭାବେ ୧୨ ଶହ ବର୍ଗମିଟର ଅଞ୍ଚଳରେ ଗୋଲାପ, ଜର୍ବେରା ଓ ଅର୍କିଡ ଭଳି ଦାମୀ ଫୁଲ ଚାଷ କରାଯାଉଛି । ଏହି ସ୍ୱୟଂ ସହାୟିକା ଗୋÂୀର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସରକାର ଓଡିଶା ଜୀବିକା ମିସନ୍ ଓ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଏଥିରେ ପ୍ରାୟ ୩୨୦୦ ଡଚ୍ କିଶମର ଗୋଲାପ ଗଛ ଲାଗିଛି । ୫ମାସ ପରେ ବ୍ୟବସାୟିକ ଭିତ୍ତିରେ ଫୁଲ ଉପôାଦନ ହେବ ।ବାର୍ଷିକ ୨ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି । ସ୍ୱୟଂସହାୟିକା ଗୋÂୀଗୋଲାପ ଫୁଲଚାଷ କରିବା ଓଡ଼ିଶାରେ ପ୍ରଥମ ବୋଲି ଏହାକୁ ପ୍ରଦର୍ଶନୀ କ୍ଷେତ୍ରଭାବେ ଉପଯୋଗକରି ଅନ୍ୟାନ୍ୟ ସ୍ୱୟଂ ସହାୟିକା ଗୋÂୀ ମାନଙ୍କୁ ଏଥି ପ୍ରତି ଆକୃଷ୍ଟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ସ୍ୱୟଂ ସହାୟକ ମହିଳା ଗୋÂୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ଫୁଲଚାଷ ଦେଖି ମନ୍ତ୍ରୀ ଭାବ ବିହଳ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇଛାଶକ୍ତିର ସଫଳ ରୂପାୟନ ହୋଇଛି । ମହିଳା ଗୋÂୀମାନେ ଅର୍ଥକାରୀ ଫସଲ ଏବଂ ଦାମୀ ଫୁଲଚାଷ କରି ଆୟ ବହୁ ଗୁଣିତ କରିବାର ସାମର୍ଥ୍ୟ ହାସଲ କରିଛନ୍ତି । ଏହାକୁ ଉଦାହରଣ ଭାବରେ ନେଇ ଓଡିଶାର ଅନ୍ୟମାନେ ଏ କ୍ଷେତ୍ରରେ ମନୋନିବେଶ କରନ୍ତୁ ବୋଲି ମନ୍ତ୍ରୀ ସ୍ୱୟଂ ସହାୟିକା ମହିଳା ଗୋÂୀଙ୍କ ଭିଜିଟର ଖାତାରେ ଲେଖିଥିଲେ । ଆଜିର ପରିଦର୍ଶନରେ ମ୍ନ୍ତ୍ରୀଙ୍କ ସହ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଗଞ୍ଜାମ ଜିଲ୍ଲା ଜୀବିକା ମିଶନ୍ର ଏପିଡି ନଳନୀ ମିଶ୍ର, ଉଦ୍ୟାନ ବିଭାଗର ଉପନିଦେ୍ର୍ଧଶକ ଦିଗାମ୍ବର ପଣ୍ଡା, ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡ.ତ୍ରିନାଥ ବାବୁ, ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡ.ମଧୁସୂଦନ ସୁବୁଦ୍ଧି, ଓଡିଶା ଜୀବିକା ମିସନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନଜର ନବୀନ କୁମାର ସେନାପତି, ଛତ୍ରପୁର ବ୍ଲକ ପ୍ରୋଗ୍ରାମ ମ୍ୟାନଜର ମାନିନୀ ଜେନା, ଭିକାରିପଲ୍ଲୀ ସରପଞ୍ଚ ଙ୍କ ସମେତ ଭିକାରୀପଲ୍ଲୀ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟିକା ଗୋÂୀର ମହିଳାମାନେ ଉପସ୍ଥିତ ଥିଲେ ।