ନୂଆପୁର ପଞ୍ଚାୟତ ପ୍ରତିନିଧିଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ମାମଲା

ବାଲେଶ୍ୱର, (ସରୋଜ ପଣ୍ଡା):ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାହାନଗା ବ୍ଲକ ଅଞ୍ଚଳରେ କଂଗ୍ରେସର ନିର୍ବାଚିତ ଜନ ପ୍ରତିନିଧି ତଥା ତଳିଆ ସରକାରୀ କର୍ମଚାରୀଙ୍କ ଉପରେ ବଢ଼ିଚାଲିଥିବା ଶାସକ ବିଜେଡି କର୍ମୀଙ୍କ ଦୌରାତ୍ମ୍ୟ ବିରୋଧରେ ବାଲେଶ୍ୱର ଏସପି ଓ ଆଇଜିଙ୍କ ନିକଟରେ ଫେରାଦ ହୋଇଛିି ଜିଲା କଂଗ୍ରେସ କମିଟି । କଂଗ୍ରେସର ଏକ ପ୍ରତିନିଧି ଦଳ ପୂର୍ବାଞ୍ଚଳ ରେଞ୍ଜ ପୁଲିସ ଆଇଜି ହିମାଂଶୁ ଲାଲ ଏବଂ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ ସହ ଗତ ଏପ୍ରିଲ ୧୧ ଓ ୧୪ ତାରିଖରେ ବିଜେଡି କର୍ମୀମାନେ କରିଥିବା ଆକ୍ରମଣ ସମ୍ପର୍କରେ ଅବଗତ କରିଥିଲେ । ୧୧ ତାରିଖରେ ନୂଆପୁର ଗ୍ରାମ ପଞ୍ଚାୟତ ବୈଠକରେ ଜୋର ଜବରଦସ୍ତ ବିଜେଡି କର୍ମୀ ପଶି ସରପଞ୍ଚ ଅଟଳ ବିହାରୀ ରାଉତଙ୍କ ସମେତ ୱାର୍ଡ ମେମ୍ବରମାନଙ୍କୁ ଅଶ୍ଳୀଳ ଗାଳିଦେବା ଓ ଜିପିଓଙ୍କଠାରୁ ଫାଇଲ ଛଡ଼େଇ ନେଇଥିଲେ ୧୪ ତାରିଖ ରାତିରେ ନୂଆପୁର ଗ୍ରାମର କଂଗ୍ରେସ କର୍ମୀ ଜଗଦାନନ୍ଦ ସାହୁ ଘରକୁ ଫେରୁ ଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ପକାଇ ପଳାଇ ଯାଇଥିଲେ । ସେହିଭଳି ଚଳିତ ସେ୍େଟମ୍ବର ମାସ ୪ ତାରିଖରେ ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତ ରାତିରେ ଦଳୀୟ ସଭା ସାରି ଘରକୁ ଫେରିବା ବେଳେ ଶାସକ ଦଳ କର୍ମୀ ମାନେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ବାହାନଗା ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଏ ସମ୍ପର୍କରେ ସ୍ଥାନୀୟ ଥାନାର ପୁଲିସ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲିବା ସାଙ୍ଗକୁ କଂଗ୍ରେସ କର୍ମୀଙ୍କୁ ପୁଣି ଧମକ ଚମକ ଦେବା ଅ।।ରମ୍ଭ କଲେଣି । ଆସନ୍ତା ସପ୍ତାହକ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଜିଲା କଂଗ୍ରେସ ଆନ୍ଦୋଳନକୁ ଓହଲାଇବ ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ଦାବିପତ୍ର ଏସପି ଓ ଆଇଜିଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକଙ୍କ ସମେତ ଗୋପୀନାଥ ପାଢ଼ୀ, ମଧୁସୂଦନ ମହାପାତ୍ର, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞା ପାରମିତା ମହାନ୍ତି, ବାସନ୍ତୀ ସାମଲ, ଶ୍ରୀକାନ୍ତ ଜେନା ଅଜୟ କୁମାର ଦ୍ୱିବେଦୀ, କାଶୀନାଥ ଦାସ ମଦନ ମହ।।ତ୍ର, ମନ୍ମଥ ଶିଅଳ ଏବଂ ସୁବ୍ରତ ପ୍ରଧାନ ପମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ