ନୂଆବଜାର ବ୍ୟବସାୟୀ ମହାସଂଘ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସହରର ପ୍ରମୁଖ ବାଣିଜ୍ୟକ ସ୍ଥଳ ନୂଆବଜାର ବ୍ୟବସାୟୀ ମହାସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବାଲେଶ୍ୱର ଉପ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦ୍ଘାଟନ କରି କହିଥିଲେ କି ରକ୍ତର ବିକଳ୍ପ ନାହିଁ । ବିଜ୍ଞାନର ଅନେକ ଆବଷ୍କାର ସତ୍ୱେ ମଣିଷର ଜୀବନ ରକ୍ଷା ପାଇଁ ରକ୍ତର ବିକଳ୍ପ କେବଳ ରକ୍ତ । ଯାହାକୁ କୌଣସି ଉପାୟରେ ସୃଷ୍ଟି ହୋଇପାରି ନାହିଁ । ଏଣୁ ମଣିଷର ଜୀବନ ରକ୍ଷା ପାଇଁ ମଣିଷ ଶରୀରରୁ ରକ୍ତ ଦେବାକୁ ପଡ଼ିବ । ଏଥିପାଇଁ ନୂଆବଜାର ବ୍ୟବସାୟୀ ମାନଙ୍କର ପ୍ରୟାଶ ପ୍ରଶଂସନୀୟ । ୫ ତାରିଖ ସୋମବାର ଦିନ ନୂଆବଜାର ଠାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ରକ୍ତଭଣ୍ଡାର ଡାକ୍ତର ମହେଶ ବିଶ୍ୱାଳ, ମହାସଂଘର ସଭାପତି ଡାକ୍ତର ଶାନ୍ତନୁ ଦାସ, ସାଧାରଣ ସଂପାଦକ ଶୁଭେନ୍ଦୁ ଦାସ, ଉପଦେଷ୍ଠା ରତନ ଦାସପଟ୍ଟନାୟକ, ଉପ ସଭାପତି ସୁଶୀଲ ରାଠୀ, ଦୈତାରୀ ସାହାଣୀ, ଗଂଗାଧର ନାୟକ, ଅଭୟ ନାୟକ, ଅମରଜିତ ଦାସ, ଯାମିନିକାନ୍ତ ପାତ୍ର, ପପୁ ଜୟିସ୍ୱାଲ, ଶକ୍ତିପଦ ଆଢ଼୍ୟ, ସର୍ବେଶ୍ୱର ବୁଗୁଡ଼େଇ, ଅରୁଣ କୁଣ୍ଡୁ, ମନୋଜ ଗୋଚ୍ଛାୟତ୍, ଦିବାକର ଦାସ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରୁ ୧୦୧ଟି ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ପ୍ରଥମ ରକ୍ତଦାତା, ମହିଳା ରକ୍ତଦାତା ତଥା ବ୍ଲଡ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।