ନୂଆବର୍ଷ ଉପହାର ଅନାମିକା ଦାସ

ବିରେନ୍ ଚାଲିଯିବା ପରେ ଏ ବୋଧେ ତିନିବର୍ଷରେ ପ୍ରଥମ କି ମୋ ପୁଅ ମତେ ସରପ୍ରାଇଜ୍ ଗିଫ୍ଟ ଲାଗି ଯୋଜନା କରୁଛି । ଦୁର୍ଘଟଣାରେ ବିରେନ୍ ଚାଲିଯାଇଥିଲେ ଆଉ ମୁଁ ଡାହାଣ ଗୋଡ ଭାଙ୍ଗିବା ଯନ୍ତ୍ରଣା ସହ ଏକୁଟିଆ ବଞ୍ଚିବା କଷ୍ଟ ସହିଚାଲିଛି । ଗୋଟିଏ ବୋଲି ପୁଅ, ସ୍ୱାମୀ ଡାକ୍ତର ଥିଲେ ନିଜର କ୍ଲିନିକ୍ । ମତେ କେବେ ଅଭାବ କି ପୁଅର କଉ ବି ଇଛା ଅପୁରଣୀୟ କରିନଥିଲେ ସେ । ପୁଅ ବୋହୁ ଦୁହେଁ ଚାକିରିଆ, ଏତେ ପାଠ ପଢ଼ି ଆର୍ଥିକ ଭାବେ ଦୃଢ଼ ନ ହେବାଟା କୁଆଡେ ବୋକାମୀ । ସେଥିଲାଗି ଦରକାର ନଥିଲେ ବି ବୋହୁ ଚାକିରୀ କରେ । ଏତେ ପାଠ ପଢ଼ି ଆର୍ଥିକ ଭାବେ ଦୃଢ଼ ନହେବାଟା କୁଆଡେ ବୋକାମୀ । ସେଥିଲାଗି ଦରକାର ନଥିଲେ ବି ବୋହୁ ଚାକିରୀ କରେ । ଆମର ସହମତି-ଅନୁମତି କିଏ ପଚାରେ! ବିରେନଙ୍କ ପରେ କ୍ଲିନିକ୍ ବନ୍ଦ, ଉପର ମହଲାରେ ଆମେ ରହୁଥିଲୁ । ହେଲେ ଏମିତି ଛକ ଉପରେ ରହିବାକୁ ନାପସନ୍ଦ କଲେ ପୁଅ ବୋହୁ, ଶେଷରେ ଆମ ଘର ବିକ୍ରି ହେଲା ଆଉ ମୁ ଉଚ୍ଚ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଘର କିଣା ହେଲା । ବୋହୁ ପଚାରିଲା ମା’ ଘର କେମିତି ଲାଗୁଛି? ସେ ପୁରୁଣା ଘରଠୁ କେତେ ଭଲ ନା! ଏଇ ବାଲ୍‌କୋନିରୁ ଅଧା ଭୁବନେଶ୍ୱର ଦେଖି ହେଉଛି, ହେଇ ଦେଖୁନାହାନ୍ତି ତଳେ କେତେ ବଡ ପାର୍କ, ସୁଇମିଙ୍ଗ୍‌ପୁଲ । ବୋହୁର ପିଲା ପିଲି ହେବାର ଥିଲା ତ ମୁଁ ତା ହଁ ରେ ହଁ ମିଶେଇ କହିଥିଲି ମା’ରେ ଏତେ ଉପରେ ନ ନେଇ ଟିକେ ତଳ ମହଲା ହେଇଥିଲେ ତତେ ସୁବିଧା ହେଇଥାନ୍ତା, ଏ ଅବସ୍ଥାରେ ଲିପ୍ଟରେ ଯିବା ଆସିବା ଠିକ୍ ନୁହେଁ, ବରଂ ତୁ ଚାକିରି ଛାଡିଦେ, ଆମେ ଶାଶୁ-ବୋହୁ ଘରେ ରହିବା, ଏକୁଟିଆ ମା’ ମତେ ଭଲ ଲାଗୁନି । ବୋହୁ ମନ ପିତା କରି କହିଥିଲା ମା’ ଏତେ ପାଠ ପଢ଼ି ଘରେ ବସିବି! ଆଉ ଆପଣ ଦିନ ସାରା ଟିଭି ଦେଖନ୍ତୁ, ବୋର୍ ହେଲେ ତଳକୁ ଯାଇ ବସିବେ । ମୁଁ ତାକୁ ଦେଖୁଥାଏ ଆଉ ପାଖରେ ଥିବା ପୁଅ ମୁହଁକୁ କି ସେ କହିବ ବୋହୁକୁ ମୁଁ ଅପାଠୋଇ ନୁହେଁ, ମୁଁ ମନସ୍ତତ୍ୱରେ ଗୋଲ୍ଡମେଡାଲିଷ୍ଟ, ଆଉ ଏ ବୟସରେ ଭଙ୍ଗା ଗୋଡରେ ମୋ ଲାଗି ପାର୍କ ବୁଲିବା ବି ଅସମ୍ଭବ ପ୍ରାୟ । ହେଲେ ପୁଅର ଉତ୍ତର ଥିଲା ମା’ ତୁ ଜମା ଚେଷ୍ଟା ହିଁ କରୁନୁ ଠିକ୍ ହେବାକୁ, ଅନ୍ୟ ଉପରେ ନିର୍ଭର ହେବା ତୋର ଅଭ୍ୟାସ ହେଇଗଲାଣି, ମୁଁ ଚୁପ୍ ବୋହୁର ଝିଅଟେ ହେବା ପରେ ଦୁଇମାସ ଛୁଟିରେ ଥିଲା ତ ସେ ବାପଘର କୁ ଚାଲି ଯାଇଥିଲା । ଆଉ ମୁଁ ମୋ ପୁଅକୁ ତା’ମନ ମୁତାବକ ରୋଷେଇ କରି ଖାଇବାର ଆନନ୍ଦରେ ମୋ ଗୋଡ କଷ୍ଟ ଭୁଲି ଯାଇଥିଲି । ବୋହୁ ନାତୁଣୀ ସହ ଫେରିଲା ପରେ ମତେ ହିଁ ନାତୁଣୀର ଦାୟିତ୍ୱ ଦିଆଗଲା । ପୁଅ ଗୋଟେ ଆୟା ରଖିବାର ପ୍ରସ୍ତାବ ରଖିଥିଲା ମୁଁ କିଛି କହିବା ଆଗରୁ ବୋହୁ ମୋର କହିଥିଲା ନା’ ନା’ ଜେଜେ ମା’ ଯେମିତି ନାତୁଣୀର ଯତ୍ନ ନେବେ କଉ ବି ଆୟା ପାରିବେନି, ଏଟା ମୋ ଲାଗି କିଛି ଆଶ୍ଚର୍ଯ୍ୟକର ନଥିଲା, ରୋଷେୟା ବି ରଖା ହେଇନଥିଲା ଏଇୟା କହିକି ମା’ ଯେମିତି ପିଲାଙ୍କ ପାଟି ସ୍ୱାଦ ବୁଝିବ ଆଉ କେହି ବୁଝିବେନି । ଆଉ ମୁଁ ଗୋଡ କଷ୍ଟ ସତ୍ୱେ ଚୁପ୍ ଚାପ୍ ସବୁ ମାନି ନଉଥିଲି । ହଁ ଘର ପୋଛା – ଲୁଗା ସଫା ଲାଗି ଝିଅଟିଏ ଆମେ, ବେଶୀ କଷ୍ଟ ହେଲେ ତାକୁ କୁହେ ମୋ ଗୋଡରେ ଟିକେ ମାଲିସ୍ କରିଦେ । ଏମିତି ଏମିତି ନାତୁଣୀ ତିନିବର୍ଷର ହେଲା । ଏବେ ତା ଲାଗି ସ୍କୁଲ ପସନ୍ଦରେ ପୁଅ-ବୋହୁ ଲାଗିଲେ । ଘର କାମ କରୁଥିବା ଝିଅଟି ନୂଆ ବର୍ଷ, ଦଶହରା ଭେଟି ପାଏ ଆଉ ମୁଁ ଖାଲି ତାକୁ ଆଶିର୍ବାଦ ହିଁ ଦେଇପାରେ । ବିରେନ୍ ଚାକିରି କରି ନଥିଲେ ଯେ ମୁଁ ପେନ୍‌ସନ ପାଇବି ଆଉ କ୍ଲିନିକ୍ ତିଆରି, ପୁଅ ପଢ଼ାର ପ୍ରାଧାନ୍ୟରେ କିଛି ପଲିସି ବି କରିନଥିଲେ ତ ମୋ ହାତ ଖାଲି, ମଝିରେ ମୋ ସହପାଠିନୀର କୋଚିଙ୍ଗ୍ ସେଣ୍ଟରରେ ଅନ୍‌ଲାଇନ୍ ଦିନକୁ ଦୁଇଘଣ୍ଟା ପଢ଼ାଇବା ଅନୁରୋଧକୁ ପୁଅର ଅନୁମୋଦନ ମିଳିନଥିଲା । ମା’ ଏ ବୟସରେ ତୋର କିଛି କରିବା ଦରକାର ନାହିଁ, ତୁ ଚଲା ବୁଲା କରେ, ଏମିତି ଘରେ ବସି ରହିଲେ କଉ ଫିଜିଓଥେରାପି ବି ତତେ ଠିକ୍ କରିପାରିବନି । ମୋ ଇଛା, ଖୁସି ସେ ସବୁ ଅର୍ଥହୀନ ହେଇସାରିଥିଲା । ହେଇ ପୁଣି ଗୋଟେ ବର୍ଷ ସରିବ, ନୂଆ ବର୍ଷ ଆସିବ, ଆପାର୍ଟମେଣ୍ଟ ସଜା ସଜି ହେଲାଣି, ଘରେ ବି ନୂଆ ସୋଫା, ପର୍ଦ୍ଦା ଲାଗିଲାଣି । କାମ ବାଲିବି ଭେଟି ପାଇ ଖୁସ୍‌, ମୁଁ ବାଲ୍‌କୋନିରେ ବସି ତଳକୁ ଦେଖୁଥାଏ । ସେ କାମବାଲି କହିଲା ମା’ ବାବୁ-ବାବୁଆଣୀ ତମ ଲାଗି କଣ ଗୋଟେ ସରପ୍ରାଇଜ୍ ଗିଫ୍ଟ ବିଷୟରେ କଥା ହଉଛନ୍ତି । ମୋ ନିରସ ଶରୀରରେ ଟିକେ ପ୍ରାଣ ପଶିଲା ସତେ…. ସତରେ କ’ଣ ତିନିବର୍ଷ ପରେ ମତେ ଉପହାର ମିଳିବ! ଉପହାରଟା ଯାହା ବି ହେଉ ମୋ ଲାଗି ଭାବିଲେ ସେଟା ବଡ । ଦାଣ୍ଡ କବାଟ ଦେଇ ପୁଅ-ବୋହୁଙ୍କ ରୁମ୍ ଆଡେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ