ନୂଆବର୍ଷ ଭୋଜିରେ ସାଙ୍ଗଙ୍କୁ ସାଥୀ ମାନେ କଲେ ହତ୍ୟା

ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ

କୋରାପୁଟ (ହେମନ୍ତ ପାଣଗ୍ରାହୀ) ନୂଆବର୍ଷରେ ସମସ୍ତେ ଭୋଜି, ଭାତରେ ନିମଗ୍ନ ଥିବା ବେଳେ ବୋରିଗୁମ୍ମା ବ୍ଲକ ଅଂଚଳରେ ଘଟିଯାଇଛି ଏକ ଦୁଃଖଦ ଅଘଟଣ। ସାଙ୍ଗ ନିଜ ସାଙ୍ଗର ହତ୍ୟାକାରୀ ପାଲଟିଗଲା। ନୂଆବର୍ଷ ରେ ପିକନିକ କରିବା ପାଇଁ ଗାଁରେ ଥିବା ସାଙ୍ଗ, ସାଥୀ ଯାଇଥିବା ବେଳେ ଜଣେ ଯୁବକ କୁ ନିର୍ମମ ହତ୍ୟା କରିଛନ୍ତି ତାଙ୍କର ସାଙ୍ଗସାଥି। ଘଟଣାରୁ ଜଣାପଡ଼ିଛି ଯେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି ସିଂପୁର ଥାନା ଅଧିନସ୍ତ ନକୁଳଗୁଡା ଗ୍ରାମରେ ଘଟି ଯାଇଥିଲା ଏହି ହୃଦୟ ବିଦାରକ ଘଟଣା।ମୃତ ଯୁବକ ଙ୍କ ନାମ ଜଗନ୍ନାଥ ମାଝୀ ବୟସ ୩୦ ବର୍ଷ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନାଥ ମାଝୀ ଓ ତାର ସାଙ୍ଗ, ସାଥୀ ମାନେ ନୂଆବର୍ଷ ଉପଲକ୍ଷେ ଦିନରେ ପିକନିକ କରିବା ପାଇଁ ଯାଇଥିଲେ।ପୁଣି ରାତିରେ ଜଗନ୍ନାଥ ସହ ସାଙ୍ଗସାଥି ମାନେ ନିଜ ଘର ପଛପଟେ ଭୋଜି କରିଥିଲେ।କିନ୍ତୁ ଆଜି ସକାଳେ ଜଗନ୍ନାଥ ଙ୍କ ମାଆ ଦେଖିଲା ବେଳକୁ ଜଗନ୍ନାଥ ଘରେ ନାହିଁ। ଖୋଜା , ଖୋଜି କରିବାର କିଛି ସମୟ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ପଛ ପରିବା ବଗିଚା ରେ ଜଗନ୍ନାଥ ଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।ସଙ୍ଗେ, ସଙ୍ଗେ ଜଗନ୍ନାଥ ମାଝୀ ଙ୍କ ପରିବାର ଲୋକ ବି ସିଂପୁର ଥାନାକୁ ଏହି ଘଟଣା ବିଷୟରେ ଜଣାଇଥିଲେ।ଖବର ପାଇ ବୋରିଗୁମ୍ମା ଏସ୍ଡିପିଓ ତପସ୍ୱିନୀ କହଁର ଓ ବିସିଂପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।କୋରାପୁଟ ରୁ ସାଇଣ୍ଟିଫିକ ଟିମ ନକୁଳଗୁଡା ରେ ପହଞ୍ଚି ତନ୍ନ, ତନ୍ନ ଛାନଭିନ କରିଥିଲେ।ଜଗନ୍ନାଥ ଙ୍କ କିଏ କିଏ ସାଙ୍ଗ ମାନେ ଭୋଜି କରିବାକୁ ଯାଇଥିଲେ ପୋଲିସ ତାହାର ତଦନ୍ତ କରୁଛି।ପିକନିକ ରେ ସାମିଲ ଥିବା ସମସ୍ତ ଯୁବକଙ୍କ ମଧ୍ୟରୁ ଚାରି ଜଣ ଯୁବକଙ୍କୁ ଙ୍କୁ ହତ୍ୟା କରିଥିବା ସନ୍ଦେହ ରେ ବି ସିଂପୁର ଥାନାରେ ଅଟକ ରଖି ପଚରା,ଉଚରା କରାଯାଉଛି ବୋଲି ଏସ୍ଡିପିଓ ତପସ୍ୱିନୀ କହଁର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।ମୃତ ଜଗନ୍ନାଥ ଙ୍କ ଭାଇ ଦୈତାରୀ ମାଝୀ ଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ଏକ ମାମଲା କେସ ନମ୍ବର–୦୧/୨୦୨୫ ହତ୍ୟା ମାମଲା ବିଏନଏସ ୧୦୩ ରୁଜୁ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛନ୍ତି। ଜଗନ୍ନାଥ ମାଝୀ ର ମୃତ ଦେହ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ।ନୂଆବର୍ଷ ରେ ଘଟିଥିବା ଜଘଂନ୍ୟ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା ରୁ ଘଟିଥିଲା ନା ସୁଚିନ୍ତିତ ଯୋଜନା ଥିଲା ନା ଅନ୍ୟ କୋୖଣସି କାରଣ ଥିଲା ତାହା ଅଞ୍ଚଳ ବାସୀଙ୍କ ମନରେ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ