ନୂଆମଠ ଠାରେ ରାତ୍ରୀଯାପନ କଲେ ପ୍ରାଚୀ ପରିକ୍ରମା ପଦଯାତ୍ରୀ
ନିମାପଡ଼ା, (ସନ୍ତୋଷ କୁମାର ଦାଶ):ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ଓ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ( ନୂଆ ମଠ) ର ମିଳିତ ପ୍ରୟାସ ରେ ଆରମ୍ଭ ହୋଇଥିବା ୧୪ ତମ ବାର୍ଷିକ ପ୍ରାଚୀ ପରିକ୍ରମା ପଦଯାତ୍ରା ର ଆଜି ଥିଲା ପଞ୍ଚମ ଦିନ। ପଦଯାତ୍ରୀ ସାଧୁସନ୍ଥ ମାନେ ଆଜି ପ୍ରାତଃ ରେ କେଳୁଣୀ ମୁହାଁଣ ଠାରୁ ବାହାରି ତେନ୍ତୁଳିଆ ମଠ, ବାଲିସାହି ଦେଇ ପ୍ରାଚୀ କୁଳସ୍ଥ ରାମେଶ୍ବର ଘାଟ ଠାରେ ପହଞ୍ଚି ଥିଲେ। ସେଠାରେ ପ୍ରାଚୀ ସରସ୍ବତୀ ଙ୍କୁ ଆଳତୀ ଓ ବନ୍ଦାପନା କରାଯାଇଥିଲା। ଏହାପରେ ପଦଯାତ୍ରୀ ସାଧୁସନ୍ଥ ମାନେ ସର୍ବଧର୍ମ ସମନ୍ୱୟ ର ବାର୍ତ୍ତା ପ୍ରଚାର କରୁଥିବା ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ) ଠାରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ। ପ୍ରାଚୀ ପରିକ୍ରମା ପଦଯାତ୍ରା ର ଯାତ୍ରୀ ମାନଙ୍କୁ ନୂଆମଠ ର ବାବା ଦାମୋଦର ଦାସ ଓ ମଠ ର ଅନ୍ତେବାସିନୀ ମାନେ ଫୁଲ ପକାଇ,ଚନ୍ଦନ ଟିପା ଲଗାଇ, ବନ୍ଦାପନା କରି ମଠ କୁ ପାଛୋଟି ନେଇଥିଲେ। ଏହି ପଦଯାତ୍ରା ରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଙ୍କ ସହିତ ଶତାଧିକ ସାଧୁ ସନ୍ଥ, ବିଦେଶୀ ଶ୍ରଦ୍ଧାଳୁ, ପ୍ରାଚୀ ପ୍ରେମୀ ମାନେ ଯୋଗ ଦେଇଛନ୍ତି। ସନ୍ଧ୍ୟା ରେ ମଠ ପରିସର ରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ୨୪ ତାରିଖ ଦିନ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି।ସ୍ୱାମୀ ସୁଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ବାବା ଦାମୋଦର ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବା ରାମ ଦାସ, ମହନ୍ତ ଦିବ୍ୟକୃଷ୍ଣ ଦାସ, ବାବା ସତ୍ୟାନନ୍ଦ ଦାସ, ରାଜ କିଶୋର ଦାସ ଓରଫ ନନ୍ଦ ବାବା, ଯୋଗେନ୍ଦ୍ର ନାଥ ଦାସ,କର୍ମକାଣ୍ଡ ବିଶାରଦ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଏହି ସପ୍ତ ଦିନ ବ୍ୟାପି ପଦଯାତ୍ରା ର ନେତୃତ୍ବ ନେଇଛନ୍ତି।