ନୂଆରମ୍ପାସ ଖେଳ ପଡିଆ ଅଧାପନ୍ତରିଆ ,ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ
ହାଟଡିହି, (ବିକାଶ ବିଶ୍ୱାଳ):ଓଡିଶା ସରକାର କ୍ରୀଡାକୁ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ କରୁଥିବା ବେଳେ, ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମ ପଞ୍ଚାୟତ ଅଧୀନ ନୂଆରମ୍ପାସ ଗାଁର ଖେଳ ପଡିଆ କାର୍ୟ୍ୟ ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ଗାଁର ଯୁବକମାନେ ବର୍ଷେ ହେଲା ଖେଳକୁଦରୁ ବଂଚିତ ହୋଇ ରହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଗତ ଦୁଇବର୍ଷ ତଳେ ସେହିଁ ପଡିଆକୁ ଏନ୍. ଆର୍.ଜି. ଏସ. କାମ ଆସିଛି ବୋଲି କହି ଗ୍ରାମର କିଛି ଲୋକ ମାଟି ପକାଇଥିଲେ, କିନ୍ତୁ କିଛି ଦିନ ଗଲାପରେ ସେହି ମାଟିକୁ ସମତୁଲ ନକରି ଛାଡିଦେଇଥିଲେ, ଯାହାଫଳରେ ପିଲାମାନଙ୍କ ଖେଳ ପଡିଆଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଜ୍ଝ ପଡିଆ ସାରା ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ମାଟି ସବୁ ଗଦାହୋଇ ପଡିରହିଛି ।ମାଟି ପଡିବା ପରେ ତାକୁ ସମତୁଲ ନକରିବାରୁ ଏଭଳି ସମସ୍ୟା ଦେଖାଦେଇଛି ।୨ବର୍ଷ ହେଲା ପିଲାମାନେ ଅନ୍ୟ ଗ୍ରାମକୁ ଖେଳିବା ପାଇଁ ଯାଉଛନ୍ତି, ଅନେକ ଥର ପାଖ ଗ୍ରାମର ପିଲାମାନେ ତାଙ୍କୁ ବାରଣ କରୁଛନ୍ତି, କି ଆଉ ଆମ ଖେଳ ପଡିଆକୁ ଆସ ନାହିଁ, ଏବେ ପଶ୍ନ ଉଠୁଛି ନୂଆରମ୍ପାସ ଯୁବକ ମାନେ ଖେଳିବେ କୋଉଠି । ଏନେଇ ସେମାନେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବିଡ଼ିଓଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି। ଯଦି ପଡିଆରେ କୁଦ ହୋଇ ପଡିଥିବା ମାଟିକୁ ଯଥାଶୀଘ୍ର ଖେଳାନଯାଏ ତାହେଲେ ଆଗାମୀ ଦିନରେ ବ୍ଲକ କାର୍ୟ୍ୟଳୟ ସମ୍ମୁଖରେ ଗାଁର ଯୁବକ ମାନେ ଧାରଣାଦେବେ ବୋଲି ଚେତାବନୀ ଦେଇଛନ୍ତି।


