ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ-ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଚାଲିଥିବା ବେଳେ ଆଜି ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଯୁବବ୍ୟାପାର,ଗୃହରାଷ୍ଟ୍ର ମନ୍ତ୍ରୀ ତୃଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଏଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ପ୍ରକୃଷ୍ଟ ମାଧ୍ୟମ ବୋଲି ଯୋଗ ଦେଇଥିବା ଅନ୍ୟ ଅତିଥିମାନେ ପ୍ରକାଶ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡି,ଭଲିବଲ,କ୍ରିକେଟ୍,ଫୁଟବଲ,ଖୋକୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ଏକ କ୍ରୀଡା ଉତ୍ସବ କୁ ଛାତ୍ରଛାତ୍ରୀ ମାନେ ପ୍ରଶଂସା କରିଥିଲେ ।