ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ଆଜି ଉଦଘାଟିତ ହୋଇଯାଇଛି। ମଠ କପୁଣ୍ଡି ପଡିଆ ଠାରେ ଏହି ପ୍ରତିଯୋଗିତା କୁ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଭୀମନ୍ୟୁ ସେଠୀ, ଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାଶ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜଙ୍କ ସମେତ ବହୁ ପଦାଧିକାରୀ ଯୋଗଦେଇଥିଲେ। ଆଜି ମଠ ପଡିଆ ସମେତ ଢେଙ୍କା, ସଢା, ଗେଡ଼ମା ଆଦି ୪ଟି ସ୍ଥାନରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ଆସନ୍ତା କାଲି ଠାରୁ ସୁନ୍ଦରାପାଳ ପଡିଆ ରେ ମଧ୍ୟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କ୍ରିକେଟ ରେ ୮୪ଟି ଦଳ ଭାଗନେବାକୁ ଥିବାବେଳେ ଫୁଟବଲ ରେ ୩୨ଟି ଦଳ, ଭଲ୍ଲି ବଲ ରେ ୧୭ଟି ଦଳ, କବାଡି ରେ ୧୨ଟି, ଖୋ ଖୋ ରେ ୧୧ଟି, ହକି ରେ ୨ଟି ଦଳ ଭାଗନେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଗୁଡିକ ଆଗାମୀ ଜାନୁଆରୀ୪ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ରାଜେଶ କୁମାର ସାହୁ, କାର୍ତ୍ତିକ ପାତ୍ର, ରାଜୀବ ଦାସ, ପ୍ରଭାତ ନାୟକ, ଭୈରବେନ୍ଦ୍ର ତ୍ରିପାଠୀ, ଅମୂଲ୍ୟ କୁମାର ପହି, ସୁରେଶ ସେଠୀ, ନିରଞ୍ଜନ ବାରିକ, ପ୍ରସନ୍ନ ଜେନା, ହରିହର ସେଠୀ, ସଞ୍ଜୟ ସେଠୀ, ହେମନ୍ତ କୁମାର ଜେନା, ଶ୍ରବଣ କୁମାର ପରିଡା, ଭୁବନେଶ୍ୱର ମହାପାତ୍ର, ହରେକୃଷ୍ଣ ପ୍ରଧାନ, ସୁବ୍ରତ ନାୟକ, ଜିତେନ୍ଦ୍ର ଜେନା, ମହେଶ୍ୱର ସାହୁ, ଉମାକାନ୍ତ ସା, ପ୍ରଶାନ୍ତ କୁମାର ସେଠୀ, ଶ୍ରୀମନ୍ତ କୁମାର ନାୟକଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଖେଳ ପରିଚାଳନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ