ନୂଆ ଓ ବିଶ୍ଵ ଓଡ଼ିଆ ଭାଷା ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପ୍ରତିଯୋଗିତା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ନୂଆ ଓ ନବୀନ ଓଡ଼ିଶା ବିଶ୍ଵ ଓଡ଼ିଆ ଭାଷା ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଭିନ୍ନ ଦିବସରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାନ , ଓଡ଼ିଆ ତର୍କ, ଓଡ଼ିଆ ଗପକଥନ, ସାଧାରଣ ଜ୍ଞାନ, ବକ୍ତୃତା, କବିତା, ରଚନା, ହସ୍ତାକ୍ଷର ପରୀକ୍ଷା, ନାଟକ ଅଭିନୟ, ରନ୍ଧନ ପ୍ରତିଯୋଗିତା, ଲୋକ ନୃତ୍ୟ, ଦଳଗତ ନୃତ୍ୟ ପ୍ରତିଯୋଗିତା ପାଠଚକ୍ର ଆୟୋଜନ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ ଆଦି ଜାରି ରହିଛି।ବିଚାରକ ମଣ୍ଡଳୀ ସୂଚାରୁ ରୂପେ ଏହା ସମ୍ପାଦନ କରି ଆସୁଛନ୍ତି। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସମନ୍ଵୟ ଅଧିକାରୀ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଅଧ୍ୟାପିକା ସୁଲୋଚନା କହଁର, ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଅଧ୍ୟାପକ ଶିବ ମାଝୀ, ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ