ନୂଆ ଗାଁ ବଡନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍‌) : ବେଲଗୁଣ୍ଠା ନୂଆଁ ଗାଁ ବ୍ରିଜ ନିକଟ ବଡ ନଦୀରୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ତାରସିଂ ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମର ଶ୍ରୀକାନ୍ତ ନାଇକଙ୍କ ପୁଅ ଗନ୍ଧିଆ ନାଇକ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ସକାଳେ ଯୁବକ ବଡନଦୀକୁ ଗାଧୋଇବାକୁ ଯିବାକୁ କହି ଆଉ ଘରକୁ ଫେରିନଥିଲେ । ଏହା ପରେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ । ଶନିବାର କିଛି ଲୋକ ବଡ ନଦୀରେ ଭାସୁଥିବାର ସ୍ଥାନୀୟ ଲୋକେ ବେଲଗୁଣ୍ଠା ଫାଣ୍ଡିକୁୂ ଖବର ଦେଇଥିଲେ । ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରି ବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇବା ସହ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ