ନୂଆ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଇଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାରେ ଗତ କାଲି ନୂଆ ଶିକ୍ଷା ଅଧିକାରୀ ଯୋଗ ଦେଇଥିବାରୁ ତାଙ୍କୁ ବହୁ ଶିକ୍ଷକ ଓ ଶିକ୍ଷକ ସଂଘଠନ ସ୍ୱାଗତ କରିଛନ୍ତି |ଏଥି ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଶ୍ରୀ ପ୍ରଦୋଷ ନାୟକ ରହିଥିଲେ | ସେ ଏଠାରୁ ପଦନ୍ନତି ପାଇ ଓସେପା ର ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ପାଇ ଜିଲ୍ଲାରୁ ବିଦାୟ ନେଇଥିଲେ | ଟା ପରେ କିଛି ଦିନ ଏହି ପଦବୀ ଖାଲି ରହିଥିଲା | ତାଙ୍କ ଯାଗାରେ ଶ୍ରୀ ମାୟାଧର ସାହୁ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ମିଳିଛି | ସେ ଯୋଗ ଦେଇଛନ୍ତି | ତାଙ୍କୁ ବିଭିନ୍ନ ଶିକ୍ଷକ ସ୍ୱାଗତ କରିଛନ୍ତି |ଗତକାଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଗଜପତି ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ କୁମାର ପାତ୍ର ଙ୍କ ନେତୃତ୍ୱ ରେ ସଙ୍ଘ ର ଉପ ଦେଷ୍ଟା ଶ୍ରୀ ପ୍ରଭାତ ପାଢ଼ୀ, ଜିଲ୍ଲା କୋଷାଧକ୍ଷ ଭାଗିରଥି ନାୟକ, ଅଡିଟର ଶ୍ରୀ ଆର. ମଧୁ, କାଶୀନଗର ବ୍ଲକ ସମ୍ପାଦଜ ଶ୍ରୀ ଗଣେଶ ପାଣିଗ୍ରାହୀ ଫୁଲ ତୋଡ଼ା ଦେଇ ଏକ ସୌହାର୍ଦ୍ଧ୍ୟ ମୂଳକ ସାକ୍ଷାତ ଆଲୋଚନା ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ