ନୂଆ ଫିଲ୍ମ ଘୋଷଣା କଲେ ଦୀପିକା

‘ଛପାକ୍‌’ ସିନେମା ପରେ ଦୀପିକା ପାଦୁକୋନ ନିଜର ଆଗାମୀ ହୋମ୍‌ ପ୍ରଡକ୍ସନ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଏକ ହଲିଉଡ୍‌ ଫିଲ୍ମର ରିମେକ୍‌ ଅଟେ। ଏଥିରେ ଦୀପିକାଙ୍କ ସହିତ ଋଷି କପୁର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଦୀପିକା ଓ ଋଷି ‘ଲଭ୍‌ ଆଜକଲ’ରେ କାମ କରି ସାରିଛନ୍ତି।
ଦୀପିକା ଏହି ଘୋଷଣା ଟ୍ବିଟରରେ କରିଛନ୍ତି। ଦୀପିକା ଲେଖିଛନ୍ତି ଯେ ନିଜର ଆଗାମୀ ଫିଲ୍ମକୁ ନେଇ ବହୁତ ରୋମାଞ୍ଚିତ ଅଛନ୍ତି। ଫିଲ୍ମର ନାମ ହେଲା ‘ଦ ଇଣ୍ଟର୍ଣ୍ଣ’। ଏହି ସିନେମା ୨୦୨୧ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ଦୀପିକାଙ୍କ ପ୍ରଡକ୍ସନ କମ୍ପାନୀ, ୱାରନର ବ୍ରଦର୍ସ, ଆଜ୍ୟୁର ଓ କା ପ୍ରଡକ୍ସନ୍‌ ମିଶି ପ୍ରଯୋଜନା କରିବେ ବୋଲି ଜଣାପଡ଼ିଛି। ସେହିପରି ଋଷି ମଧ୍ୟ ଟ୍ବିଟ୍‌ କରି ଲେଖିଛନ୍ତି ଯେ ଦୀପିକାଙ୍କ ସହିତ ଏକ ନୂଆ ଯାତ୍ରା କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ ଯେ ‘ଛପାକ୍‌’ ଦୀପିକାଙ୍କ ହୋମ୍‌ ପ୍ରଡକ୍ସନ୍‌ର ପ୍ରଥମ ଫିଲ୍ମ ଥିଲା। ଏହା ୧୦ ଜାନୁଆରୀରେ ରିଲିଜ୍‌ ହୋଇଥିଲା। ହଲିଉଡ୍‌ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’ ଫିଲ୍ମର ନିର୍ଦ୍ଦେଶନା ନାନ୍ସି ମେୟର୍ସ ଦେଇଥିଲେ। ଏହି ସିନେମା ୨୦୧୫ରେ ରିଲିଜ୍‌ ହୋଇଥିଲା। ଏହି ହଲିଉଡ୍‌ ଫିଲ୍ମରେ ରବର୍ଟ ଡି ନିରୋ ଓ ଏନ୍‌ ହ୍ୟାଥୱେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର କାହାଣୀ ଅନୁସାରେ ରବର୍ଟ ଅବସର ନେବା ପରେ ତାଙ୍କ ଜୀବନ ପୂରାପୂରି ବୋରିଂ ହୋଇଯାଇଥିଲା। ତେଣୁ ସେ ଏକ କମ୍ପାନୀରେ ଇଣ୍ଟର୍ଣ୍ଣଶିପ୍‌ କରିବାକୁ ଆବେଦନ କରିଥିଲେ। ବଲିଉଡ୍‌ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’ରେ ମଧ୍ୟ ଋଷି ସେହି ଇଣ୍ଟର୍ଣ୍ଣ ଓ ଦୀପିକା ତାଙ୍କ ବସ୍‌ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ