ନୂଆ ବର୍ଷରେ ଉଜୁଡିଗଲା ସୁନା ସଂସାର

ନୂଆପଡା: ମୃତ୍ୟୁ କେବେ କାହାର କିପରି ହେବ କହିବା ମୁସ୍କିଲ । ନୂତନ ବର୍ଷ ପାଇଁ ଆବାଳ ବୃଦ୍ଧା ବନିତାଙ୍କ ମୁହଁରେ ବେଶ ଉତ୍କଣ୍ଠା । ନୂଆ ବର୍ଷରେ ସୁନା ସଂସାର ଉଜୁଡିଗଲା । ଗାଧୋଉଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସୀ ମାଆ ସମେତ ଝିଅର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୁଆପଡା ଜିଲ୍ଳାର ସିନା ପାଳି ଥାନା ଅନ୍ତର୍ଗତ ମୁଖାପଦର ଗ୍ରାମରେ ମା ଓ ଝିଅ ଘର କାମ ସାରି ନିକଟସ୍ଥ ପାଣି ଟାଙ୍କିକୁ ଗାଧୋଇବାକୁ ଯାଇଥିଲେ । ଦୁହେଁ ଗାଧୋଉଥିବା ସମୟରେ ହଠାତ୍ ବିଦ୍ୟୁତ ତାର ଛିଣ୍ଡିଯିବାରୁ ପାଣିରେ ହିଁ ମା ଓ ଝିଅର ମ ୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ତରୁଲତା ଚଣ୍ଡି (୩୫ ) ଓ ତାଙ୍କ ଝିଅ ଦୁଷିଳା ଚଣ୍ଡି ବୋଲି ଜଣାପଡିଛି । ଶବ ଉଦ୍ଦାର କରି ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ