ନୂଆ ବର୍ଷରେ ଢେଙ୍କା ଶବର ଙ୍କୁ ମନେପକାଇଲା ଆମ୍ ଆଦମୀ ପାର୍ଟି
ଢେଙ୍କାନାଳ, (ତାପସଦାସ):ଜିଲ୍ଲାର ନାମକରଣ ଅନୁସାରେ ଢେଙ୍କା ଶବର ପୀଠରେ ୨୦୨୫ ନୂଆ ବର୍ଷ ପାଳିଲା ଆପ୍ l ଜିଲ୍ଲା ଆବାହକ ପଙ୍କଜ ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ନାରୀ ନେତ୍ରୀ ସସ୍ମିତା ନନ୍ଦ, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ମୁନିସିପାଲିଟି ସଭାପତି ଦେବାଶିଷ ନନ୍ଦ, ପିତାମ୍ବର ସାମନ୍ତରାୟ, ପ୍ରସନ୍ନ ବରାଳ, କେଶବ ତ୍ରିପାଠୀ ପ୍ରମୁଖ ନୂଆ ବର୍ଷରେ ସ୍ଥାନୀୟ ବିଜ୍ଞାନ କେନ୍ଦ୍ର ପରିସରରେ ଅବସ୍ଥିତ ଢେଙ୍କା ଶବରଙ୍କ ପୀଠରେ ଢେଙ୍କା ଶବରଙ୍କର ସ୍ମୃତି ଚାରଣ କରି ସେହି ପୀଠକୁ ସାର୍ବଜନୀନ କରିବାପାଇଁ ଦାବି କରିଛନ୍ତି l ପୂର୍ବତନ ସାଂସଦ ବ୍ରିଗେଡ଼ିଅର କାମାକ୍ଷା ପ୍ରସାଦ ସିଂଦେଓଙ୍କୁ ଭେଟି ନୂଆବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ଏହି ପୀଠକୁ ସାର୍ବଜନୀନ କରାଯିବା ପାଇଁ ଆଲୋଚନା କରିଥିଲେ l ପରେ ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସଦର ଉପଜିଲ୍ଲାପାଳଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ ଏବଂ ଢେଙ୍କା ଶବର ପୀଠର ଉନ୍ନତିକରଣ କରାଯାଇ ସର୍ବସାଧାରଣଙ୍କ ପାଇଁ ଖୋଲା ଯିବା ସମ୍ପର୍କରେ ଅନୁରୋଧ କରିଥିଲେ l ପ୍ରକାଶ ଥାଉକି, ଉକ୍ତ ପୀଠକୁ ଯିବାପାଇଁ ବିଜ୍ଞାନ କେନ୍ଦ୍ର ଭିତର ଦେଇ ଏକ ମାତ୍ର ରାସ୍ତା l ସେଥିପାଇଁ କୋଡ଼ିଏ ଟଙ୍କା ଟିକେଟ କରିବାକୁ ପଡିଥାଏ l ଏହି ପୀଠକୁ ଯିବାପାଇଁ କୌଣସି ସାଇନ ବୋର୍ଡ କିମ୍ବା ଏହା କେଉଁଠୁ କେତେ ଦୂର ଯିବାକୁ ହେବ ତାର ସୂଚନା ଫଳକ ରଖାଯାଇ ନାହିଁ l