ନୂଆ ବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼

ନିମାପଡ଼ା,(ସନ୍ତୋଷ ଦାଶ): ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର ପୁରୀ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବର୍ଷର ପ୍ରଥମ ଦିନ ଦେବଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର,ମଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗିଥିଲା। କାକଟପୁର ର ମଙ୍ଗଳା ମନ୍ଦିର, ଚଉରାଶି ର ବାରାହୀ ମନ୍ଦିର ସହିତ ପ୍ରାଚୀ ଉପତ୍ୟକା ର ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ମାଧବ ମନ୍ଦିର ରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏତଦ ବ୍ୟତୀତ ଅସ୍ତରଙ୍ଗ ର ଜାହାନିଆଁ ପୀରପୀଠ,ସହନ, କେଳୁଣି ମୁହାଁଣ ପ୍ରଭୃତି ପର୍ଯ୍ୟଟନ ସ୍ଥଳୀ ରେ ଲୋକମାନେ ଭିଡ଼ ଜମାଇ ଭୋଜି ଭାତ ର ଆସର ଜମାଇ ଥିଲେ। ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ବୁଧବାର ହୋଇଥିବାରୁ ଆମିଷ ପ୍ରିୟ ଜନସାଧାରଣଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥିଲା l ସକାଳୁ ସକାଳୁ ଦେଶୀ ମଟନ, ଚିକେନ, ମାଛ, ଅଣ୍ଡା ଦୋକାନରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଅଞ୍ଚଳ ର ପାର୍କ,ଗ୍ରାମ୍ୟ ଜଙ୍ଗଲ ପରି ସ୍ଥାନରେ ଅନେକ ପରିବାର, ସାଙ୍ଗ ସାଥି ଏକତ୍ରିତ ହୋଇ ଭୋଜି ଭାତର ଆସର ଜମାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ