ନୂଆ ମୋଟର ଯାନ ଆଇନ : ଗରୀବଙ୍କ ପେଟରେ ଲାତ ସଦୃଶ
ହିଂଜିଳିକାଟୁ, (ଶେଷଦେବ ସାହୁ): ଏବେ ନୂଆ ମୋଟର ଯାନ ଆଇନକୁ ନେଇ ଗରୀବ ଠୁ ମଧ୍ୟବିତ ଶ୍ରେଣୀର ଲୋକେ ଛାନିଆ ହୋଇ ପଡ଼ିଛନ୍ତି । ଘରୁ ବାହାରିଲା ବେଳେ ମୋଟର ସାଇକେଲଟିକୁ ନେଇ ଯିବ କି ନାହିଁ ସେ, ନେଇ ଶହେ ଥର ଭାବିବାକୁ ପଡ଼ୁଛି । ଯେଉଁ ନୂଆ ଆଇନ ହୋଇଛିସେଥିରେ ଗାଡ଼ିର କାଗଜପତ୍ର ଠିକ୍ ଥିଲେ ମଧ୍ୟ କୌଣସି ନା କୌଣସି କାରଣ ପାଇଁ ଫାଇନ ଦେବାକୁ ପଡ଼ିବ । ହେଲମେଟ ଠାରୁ ଆରମ୍ଭ କରି ଗାଡ଼ିଚାଳନା ପ୍ରମାଣପତ୍ର ଏବଂ ଗାଡ଼ିର ଅନ୍ୟାନ କାଗଜପତ୍ର ସବୁ ଠିକ୍ ଥିଲେ ବି ଅଜାଣତରେ ଯଦି କିଛି ଭୂଲ ତୃଟି ଦେଖାଯାଏ ତାହା ହେଲେ ମଧ୍ୟ ଫାଇନ ଦେବାକୁ ପଡ଼ିବ । ଯେମିତି ସ୍ୱାମୀ, ସ୍ତ୍ରୀ ଓ ଛୁଆ ଗୋଟିଏ ଗାଡ଼ିରେ ଯିବା, ବାଇକରେ ବସିଥିବା୨ ଜଣଙ୍କର ହେଲମେଟ ଥିବା ଆବଶ୍ୟକ । ଯେଉଁ ମାନଦଙ୍କର ଗାଡ଼ିର କାଗଜ ପତ୍ର ଠିକ୍ ପନାହିଁ କିମ୍ବା ଗାଡ଼ି ଚଳାକଙ୍କ ଡ଼୍ରାଇଭିଂ ଲାଇସେନ୍ସ ନାହିଁ ସେମାନେ ଏବେ ଆଂଚଳିକ ପରିବହନ ଅଧିକାରୀଙ୍କକାର୍ଯ୍ୟାଳୟ ସହ ଯୋଗଯୋଗ ଥିବା ଦଲାଲଙ୍କ କବଜ୍ଜାରେ ପଡ଼ି ବାବାଦ ହେଉଥିବାର ଜଣାପଡ଼ିଛି । ଏପରିକି ନୂଆଁ ମୋଟର ଯାନ ଅ୍ଧବନ ଗରୀବଙ୍କ ପେଟକୁ ଲାତ ସଦୃଶ ହୋଇଛି ।
ପ୍ରକାଶ ଯେ, ନୂଆ ମୋଟର ଯାନ ଆଇନ ଚଳିତ ଅଗଷ୍ଟରେ ଘୋଷଣା ହୋଇ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯାଇଛି । ଏ ନେଇ ଦେଶ ଓ ରାଜ୍ୟରେ କଡ଼ାକଡ଼ି ଆଇନ କରାଯାଇ ମୋଟାଅଙ୍କର ଫାଇନ ଆଦାୟ କରାଯାଉଛି । ପ୍ରତ୍ୟେହ ହିଂଜିଳି ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଗାଡ଼ି ଚେକିଂ କରାଯାଇ ବିନା ହେଲମେଟରେ ଗାଡ଼ି ଚଳାଉଥିବା,ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ସଠିକ ନଥିବା, ବାଇକରେ ୩ ଜଣ ବସିଥିବା ଭଳି ମୋଟର ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ଏପରିକି ପୋଲିସ ଭ୍ୟାନ କିମ୍ବା ରାସ୍ତା ଉପରେ ପୋଲିସ ବାହୀନିଙ୍କୁ ଦେଖି ବହୁ ସମୟରେ ବାଇକ ଜଚାଳକ ମାନେ ବହୁ ଦୂରରେ ରହି ଯାଉଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ପୋଲିସ ପ୍ରଶାସନର ଏଭଳି ନିୟମିତ ଚେକିଂକୁ ଡ଼ରି ବହୁ ବିନା ଲାଇସେନ୍ସ ଧାରୀ ଗାଡ଼ି ଚାଳକ ମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ଯେଉଁଥି ପାଇଁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଏବେ ନାହିଁ ନଥିବା ଭିଡ଼ ଲାଗିଛି । ଗୋଟିଏ ପଟେ ଇନସୁରାନ୍ସ କରୁନଥିବା ବାଇକ ଗୁଡ଼ିକର ଫାଇନ ଆଦାୟ ଭୟରେ ଇନସୁରାନ୍ସ ରିନ୍ୟୁ କରିବାରେ ଲାଗି ପଡ଼ିଛନ୍ତି । ଗତ ୫ ଦିନ ମଧ୍ୟରେ ୫୦୦ ରୁ ଉଦ୍ଧ୍ୱର୍ ବାଇକର ଉନସୁରାନ୍ସ ରିନ୍ୟୁ କରାଯାଇଥିବା ଜଣାପଡ଼ିଛି । ଗୋଟିଏ ପଟେ ବଜାରରେ ହେଲମେଟର କଳାବଜାରୀ ଚାଲିଥିବା ବେଳେ ଅନ୍ୟପଟେ ଗାଡ଼ିର କାଗଜପତ୍ର ଠିକ୍ କରିବା ପାଇଁ ଆରଟିଓ ଅଫିସରେ ଦଲାଲ ମାନଙ୍କ ରୋଜଗାର ବୃଦ୍ଧି ହେବାରେ ଲାଗିଛି । ତୁରନ୍ତ ଗାଡ଼ିର କାଗଜପତ୍ର ଠିକ୍ କରି ଦେବା ପାଇଁ ୫୦୦ ବଦଳରେ ଦଲାଲ ମାନେ ପ୍ରାୟ ହଜାରେ ଟଙ୍କା କିମ୍ବା ତାହା ଠାରୁ ବେଶୀ ଟଙ୍କା ନେଉଥିବାର ଜଣାପଡ଼ିଛି । ମୋଟାମୋଟି ଭାବେ କହିବାକୁ ଗଲେ ଉକ୍ତ ନୂଆଁ ମୋଟରଯାନ ଆଇନ ଆସିବା ପରେ ଗାଡ଼ି ଚାଳକ ଓ ମାଲିକ ମାନେ ବେହାଲ ହେଉଥିବା ବେଳେ ଦଲାଲ ମାନେ ମାଲାମାଲ ହେଉଥିବାର ଜଣାପଡ଼ିଛି ।


