ନୂଆ ମୋବାଇଲ କିଣି ନଦେବାରୁ ନାବାଳକ ପୁଅର ଆତ୍ମହତ୍ୟା
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ଯୋଡା ବସ୍ତି ଠାରେ ଜଣେ ବାପା ତାଙ୍କ ନାବାଳକ ପୂତ୍ରକୁ ନୂଆ ମୋବାଇଲ ଫୋନ୍ କିଣି ନ ଦେବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଘଟଣା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ଖବର ନେବାରୁ ଜଣା ପଡିଛି ଯେ, ଯୋଡା ବସ୍ତି ଠାରେ ରହୁଥିବା କଳାକର ନାଏକଙ୍କ ୧୫ ବର୍ଷର ନାବାଳକ ପୂତ୍ର ନିଜ ବାପାଙ୍କୁ ଏକ ନୂଆ ମୋବାଇଲ୍ ଫୋନ୍ କିଣି ଦେବାପାଇଁ ଜିଦ୍ ଧରିବସିଥିଲେ । ମାତ୍ର ତାଙ୍କ ବାପା କଳାକର ନାଏକ ଅରାଜି ହୋଇ ତାଙ୍କ ପୂତ୍ରକୁ ନୂଆ ମୋବାଇଲ ଫୋନ୍ କିଣି ଦେଇନଥିଲେ । ଫଳରେ ଗତ ତା- ୦୬/୧୨/୨୦୨୦ ରିଖ ରାତି ପ୍ରାୟ ୮:୩୦ ମିନିଟ୍ ସମୟରେ ନାବାଳକ ପୂତ୍ର ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ୍ ଏକ ଅପମୃତ୍ୟୁ ମାମଲା ୪୮/୨୦୨୦ ରୁଜୁ କରି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।


