ନୂଆ ଲୁକରେ ନଜର ଆସିପାରନ୍ତି ବଲିଉଡ ବାଦଶାହା !
(ଯୁଗାବ୍ଦ ନ୍ୟୁଜ) ବଲିଉଡର ରୋମଣ୍ଟିକ ବୟ ତଥା କିଙ୍ଗଖାନ ନୂଆ ଲୁକ ରେ ନଜର ଆସିପାରନ୍ତି । ଶାହରୁଖ୍ ଆଗାମୀ ଦିନରେ ଚମ୍ବଲର ପୁଲିସ୍ ଅଫିସର୍ ଭାବେ ନଜର ଆସିବେ । ତିଗମାଂଶୁଙ୍କ ଆଗାମୀ ଫିଲ୍ମର କାହାଣୀ ଚମ୍ବଲର କୁଖ୍ୟାତ ଡକାୟତ ଦଦୁଆଙ୍କ ଜୀବନୀ ଉପରେ ଆଧାରିତ । ଇରଫାନଙ୍କୁ ଦଦୁଆଙ୍କ ଭୂମିକାରେ ସାଇନ୍ କରାଯାଇଛି । ତେବେ କାହାଣୀ ଅନୁଯାୟୀ ଦଦୁଆଙ୍କୁ ଇନକାଉଣ୍ଟର୍ କରିଥିବା ସାହାସୀ ପୁଲିସ୍ ଅଫିସର୍ ଅମିତାଭ ୟଶଙ୍କ ଭୂମିକା ପାଇଁ ଶାହରୁଖଙ୍କୁ ଆପ୍ରୋଚ୍ କରାଯାଇଥିବାର ଖବର ମିଳିଛି । ଯଦି ଏହି ରୋଲ୍ ପାଇଁ ଶାହରୁଖ୍ ହଁ ଭରନ୍ତି, ତାହେଲେ ଇରଫାନ୍ ଓ ଶାହରୁଖଙ୍କ ଏହି ଯୋଡ଼ି ବକ୍ସ ଅଫିସରେ କମାଲ୍ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଏବେଠାରୁ କଳନା କରିସାରିଛନ୍ତି ।


