ନୂଆ ଲୁକ୍‌ରେ ଆସିବେ ଅମିର୍‌

ମୁମ୍ବାଇ: ବେଶ୍‌ କିଛି ମାସ ହେଲା ବଲିଉଡ୍‌ ନାୟକ ଆମିର ଖାଁକୁ ବଡ଼ ପରଦାରେ ଦେଖିବାକୁ ମିଳୁନି। ଏବେ କିନ୍ତୁ ତାଙ୍କୁ ଏକ ନୂଆ ଅନ୍ଦାଜ୍ ଓ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ। ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ ତାଙ୍କ ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ଖୁବ୍‌ଶୀଘ୍ର ସେ ଲାଲ ସିଂ ଚଡ୍ଡାରେ ନଜର ଆସିବେ। ଫିଲ୍ମର ପୋଷ୍ଟର ରିଲିଜ୍‌ କରାଯିବା ପରଠାରୁ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ବଢିଯାଇଛି। ଫିଲ୍ମର ଟିଜର ଆସିବାକୁ ଏବେ ବହୁ ସମୟ ବାକିଥିବା ବେଳେ ଏବେ କିନ୍ତୁ ସୋସିଆଲ ମିଡିଆରେ ଏହାର ନୂଆଲୁକ୍‌ ଦେଖିବାକୁ ମିଳିଛି। ଯଦିଓ ଏହାକୁ ଅଫିସିୟାଲି ରିଲିଜ୍‌ କରାଯାଇନାହିଁ କିଛି ଫ୍ୟାନ୍‌ ପେଜ୍‌ ଶୁଟିଂ ସମୟରେ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଛନ୍ତି। ଏହି ଫଟୋରେ ଆମିର ଖୋଲା ରହିଥିବା ଲମ୍ବା କେଶ ସାଙ୍ଗକୁ ଲମ୍ବା ଦାଢିରେ ନଜର ଆସିଛନ୍ତି। ସେ ମୁଣ୍ଡରେ ଟୋପି ଲଗାଇଥିବା ବେଳେ ତାଙ୍କ ଓଜନ ମଧ୍ୟ ବୃଦ୍ଧି ହେଲା ଭଳି ମନେ ହେଉଛି। କେତେଜଣ ପ୍ରଶଂସକ ତାଙ୍କୁ ଏହି ଫଟୋରେ ଚିହ୍ନି ପାରୁ ନ ଥିବା ବେଳେ କମେଣ୍ଟ ବକ୍ସରେ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ପୂର୍ବରୁ ପୋଷ୍ଟରରେ ଆମିରଙ୍କ ଲୁକ୍‌ ଯାହା ଅଛି ତା’ଠାରୁ ବହୁତ୍‌ ଫରକ୍‌ ଆସୁଛି ଏବେ ଭାଇରାଲ ହୋଇଥିବା ଫଟୋଟି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ