ନୂତନ ଅଧକ୍ଷକଙ୍କ ଦାଇତ୍ୱ ଗ୍ରହଣ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବି ।ନ ମହାବିଦ୍ୟାଳୟର ନୂତନ ଅଧକ୍ଷ ଭାବେ ସୂର୍ଯ୍ରକାନ୍ତି ମହାନ୍ତି ଦାଇତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ମହାବିଦ୍ୟାଳୟର ଅଧକ୍ଷ ଭାବେ ଅମୁଲ୍ୟୃ ଦାସ ଦାଇ୍ତ୍ୱ ସଂମ୍ପର୍ଣ୍ଣ କରିଆସୁଥିଲେ । କିନ୍ତୁ କଲେଜର ସ୍ୱନକ୍ଷତ୍ର ଅବସରରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । କଲେଜର ପରିଚାଳନା କମିଟିର ଅଧକ୍ଷ ପୂଣର୍୍ଚନ୍ଦ୍ର ସ୍ୱାଇଁଙ୍କ ଅନୁମୋଦନ କ୍ରମେ ବରିଷ୍ଠଭାବେ ତାଙ୍କୁ କଲେଜର ଅଧକ୍ଷ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାଇତ୍ୱ ଗ୍ରହଣ ସମୟରେ ଅଧକ୍ଷ କହିଛନ୍ତି ପୂର୍ବତନ ଅଧକ୍ଷ ଅମୁଲ୍ୟଙ୍କ ଅଧୁରା ସ୍ୱପ୍ନକୁ ମୁଁ ପୂରଣ କରିବି । ଏହା ପରେ କଲେଜର ଅଧାପକ ମାନେ ଅଧକ୍ଷକୁ ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିଲେ ।ଏହି ବୈଠକରେ ପ୍ରାଧାପକ ପ୍ରଦୀପ ତ୍ରୀପାଠୀ ,ପ୍ରକାଶ ଆଲଟିଆ ,ବିଷ୍ଣୁ ପ୍ରସାଦ ପଟ୍ଟନାୟକ ,ରୁନିବାଳ ତ୍ରୀପାଠୀ ,ଡ ରାମ ପ୍ରସାଦ ପଣ୍ଡା ,କପିଳ ସାହୁ ,ସୁବାଷ ଚନ୍ଦ୍ର ଲେଙ୍କା ,ରମେଶ ରାଉତ ପ୍ରମୁଖ ଉପସ୍ତିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ନୂତନ ଛାତ୍ରଛାତ୍ରୀ ମାନେ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବି .ଗୋବିନ୍ଦ ରାଓ ସ୍ୱରୁପା ରାଣୀ ବିଶ୍ୱାଳ ସଂଯୋଜନା କରିଥିଲେ ।