ନୂତନ ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ
ଚାରିଛକ/ପୁରୀ, (ଯୁଗାବ୍ଦ ନ୍ୟୁଜ):ନିଗମାନନ୍ଦ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ଅନ୍ତଃନିର୍ହିତ ପ୍ରତିଭାର ଚିହ୍ନଟ ଲକ୍ଷ୍ୟ ନେଇ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାବିଭାଗ ପକ୍ଷରୁ ନିଗମାନନ୍ଦ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଛି । ଉ୍କ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସ୍ୱର୍ଣ୍ଣରଶ୍ମୀ ସାହୁ, ପରିଚାଳନା କମିଟିର ସଭାପତି ଡ. ସନ୍ତୋଷ ମିତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରକ୍ଷିତ ଭୋଇ, ଭୋଦର ପଂଚାୟ ସମିତି ସଭାପତି ରମାରମଣ ପାତ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ସୁରକ୍ଷା ଓ ସରକାରଙ୍କ ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ନୋଡାଲ ଅଫିସର ଅଧ୍ୟାପିକା ମଧୂମିତା ଦେଇ କ୍ରୀଡ଼ାର ଆଭିମୁଖ୍ୟ ସଂପର୍କରେ ନିଜ ବକ୍ତବ୍ୟ ରଖିବା ସହିତ ପ୍ରଶାସନିକ ଅଧିକାରୀ ପୁଷ୍ପମିତ୍ରା ପଟ୍ଟନାୟକ, ପାର୍ବତୀ ପରିଡ଼ା ପ୍ରମୁଖଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।


