ନୂତନ ଏବିଇଓଙ୍କ ଯୋଗଦନ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧନେଶ୍ୱର ଖଣ୍ଡେଇ ନୁତନ ଏବିଇଓ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଓଡିଶା ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଅର୍ଡର ନଂ ୧୦୫୯୭ ତା ୮/୬/୨୦୨୦ ଅନୁସାରେ ତାଙ୍କ ପୁର୍ବ ଆଦେଶକୁ ପରିବର୍ତ୍ତନ କରି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେବାପରେ ଶ୍ରୀ ଖଣ୍ଡେଇ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀଙ୍କ ନିକଟରେ ଏବିଇଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗଦାନ ସମୟରେ ଏବିଇଓ ସୁରଥ କୁମାର ସାହୁ, ବି.ଆର.ସି.ସି ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷକସଂଘ ନେତା ସୁରେନ୍ଦ୍ର କୁମାର ରାଉତ, ଶଙ୍କର୍ଷଣ ଜେନା, ଭଗବାନ ନାୟକ, ପ୍ରଫୁଲ କୁମାର ଜେନା, ଅଭୟ କୁମାର ଜେନା, କ୍ଷେତ୍ରବାସୀ ମିଶ୍ର, ହରିହର ସାମଲ, ନାରାୟଣ ଖମାରୀ, କେଶବ ଚନ୍ଦ୍ର କର, ସୁଶାନ୍ତ ଜେନା, ସୁରେନ୍ଦ୍ର ବଳଙ୍କ ସମେତ ଅନେକ ଶିକ୍ଷକ ଓ ଅଫିସର କର୍ମଚାରୀ ନୁତନ ଏବିଇଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ