ନୂତନ ଓଡ଼ିଶା ୱେବ୍ ନିୟୁଜ ପରିବାରର ୪ର୍ଥ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା): ଆଜି ସ୍ଥାନୀୟ କବିଚନ୍ଦ୍ର ସାହିସ୍ଥିତ କବିଚନ୍ଦ୍ର ପାଠାଗାର ପରିସର ରେ ନୂତନ ଓଡ଼ିଶା ୱେବ୍ ନିୟୁଜ ପରିବାରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି ଅବସର ରେ ଟୁଡେ ନ୍ୟୁଜ୍ ୨୪ ଓଡ଼ିଶା ର ଲୋକାର୍ପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ପୌରରିଷଦର କାର୍ଯୟନିର୍ବାହୀ ଅଧିକାରୀ ଅଶୋକ ରାଉତ ଓ ନୂତନ ଓଡ଼ିଶା ନ୍ୟୁଜ ର ମୁଖ୍ୟ ପରିଚାଳନା ସଂପାଦକ ହିମାଂଶୁ ପଣ୍ଡା ଉପସ୍ଥିତ ଓ ବରିଷ୍ଟ ସାମ୍ୱାଦିକ ଯୋଗେସ୍ୱର ଉଦଘାଟନୀ ସଭା ସଂଯୋଜନା କରିଥିଲେ, ନୂତନ ଚ୍ୟାନେଲ ଉଦଘାଟନ ପରେ କରୋନା ମହାମାରୀ ବିଭିନ୍ନ କ୍ଷେତ୍ର ରେ ଉଲେଖନୀୟ ସେବା ପାଇଁ ପାରଳାଖେମୁଣ୍ଡିର କିଛି ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ, ସମାଜ ସେବୀ, ସ୍ଵେଚ୍ଛସେବୀ, ମହିଳା ସ୍ଵୟସହାୟକ ଓ ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା,ସମସ୍ତ କାର୍ଯ୍ୟକ୍ରମ ଦକ୍ଷିଣ ଓଡ଼ିଶାର ନ୍ୟୂଜ୍ ମୁଖ୍ୟ ଡମ୍ବୁରୁଧର ପଲାଇ ଙ୍କ ପ୍ରତ୍ୟକ୍ଷ ତତ୍ୟବଧନ ରେ ହୋଇଥିବା ବେଳେ ଜିଲ୍ଲା ସାମ୍ୱାଦିକ ସନ୍ତୋଷ ନାୟକ ଓ ନଗର ସାମ୍ୱାଦିକ ସନ୍ତୋଷ ସାମନ୍ତ ପ୍ରମୁଖ ପରିଚାଳନା କରିଥିଲେ ।