ନୂତନ ଓଡିଶା ଗଠନ ପାଇଁ ସି.ପି.ଆଇ.ର ମାର୍ଚ୍ଚ ୨୩ରେ ବିକଳ୍ପ ସମାବେଶ ଡାକରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲ୍ଲା କମିଟି ବୈଠକ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଥି ସଂଯୁକ୍ତା ରାଉତଙ୍କ ଦ୍ୱାରା ତୁର୍କି, ସିରିଆ, ଲେବାନନରେ ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପ ଦ୍ୱାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ସମ୍ପାଦକ ବରିଷ୍ଠ ଆଇନଜିବୀ ସାଥି ରମଣୀରଞ୍ଜନ ରାଉତରାୟଙ୍କ ଦ୍ୱାରା ବିଗତ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରାଯାଇଥିଲା । ଏହାପରେ ଆଗାମୀ ଫେବୃଆରୀ ୨୨ ତାରିଖରେ ଚାଷୀମାନେ ଧାନ ବିକ୍ରି ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସରକାର ଘୋଷଣା କରିଥିବା ସର୍ବନିମ୍ନ ୨୦୪୦ ଟଙ୍କା ପାଉନଥିବା ଏବଂ କଟନି, ଛଟନିରେ ବସ୍ତା ପ୍ରତି ୫ ରୁ ୮ କି.ଗ୍ରା କଟାଯାଉଥିବା ଓ ଭାଗଚାଷୀମାନେ ଧାନ ବିକ୍ରି କରିପାରୁନଥିବା, ସ୍ୱାମୀ ନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ ନକରିବା, ଚାଷୀଙ୍କୁ ୬୦ ବର୍ଷ ପରେ ପେନସନ ଦେବା, ତୁରନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୨ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦିକୁ ନେଇ ଭୁବନେଶ୍ୱର ଠାରେ ବିଶାଳ ସମାବେଶରେ ୧ହଜାରରୁ ଅଧିକ ଚାଷୀଙ୍କ ଯୋଗଦାନ ମାର୍ଚ୍ଚ ୨୩ ତାରିଖ ଶହିଦ୍ ଦିବସରେ ସମସ୍ତ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ନକଲେ ଭତ୍ତା ପ୍ରଦାନ, ଅସଂଗଠିତ ଶ୍ରମିକ, ଆଶା, ପାଚିକା, ଅଙ୍ଗନୱାଡି, ଗାଁ ସାଥି, କୃଷକ ସାଥୀ ମାନଙ୍କୁ ସର୍ବନିମ୍ନ ୨୬ ହଜାର ପାରିଶ୍ରମିକ ଦେବା, ଘରୋଇ କମ୍ପାନୀ, କାରଖାନାରେ ୫୦ପ୍ରତିଶତ ଆଞ୍ଚଳିକ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦେବା, ଶିକ୍ଷା, ସ୍ୱାସ୍ଥ୍ୟର ବ୍ୟବସାୟୀ କରଣ ବନ୍ଦ କରିବା, କେନ୍ଦ୍ରାପଡାରେ ମେଡିକାଲ କଲେଜ ସହିତ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା କଲେଜକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପ୍ରଦାନ, ତୁରନ୍ତ ପାସେଞ୍ଜର ଟ୍ରେନ ଚାଲୁ କରିବା ଦାବିରେ ଭଗତ ସିଂଙ୍କ ଶହିଦ୍ ଦିବସରେ ଜିଲ୍ଲାରୁ ୫୦୦ ସଂଗ୍ରାମୀ ସାଥି ଯୋଗଦାନ କରି ଆନ୍ଦୋନଳକୁ ବ୍ୟାପକ କରିବାକୁ ପାର୍ଟି ପକ୍ଷରୁ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ସହ ସଂପାଦକ ସାଥି ଆଦିକନ୍ଦ ରାଉଳ, ରାଜନଗର-ପଟ୍ଟାମୁଣ୍ଡାଇ ଜୋନ ଓ କେନ୍ଦ୍ରାପଡା ଜୋନରୁ ସାଥି ସୁବାସିନୀ ଭଦ୍ର, ସାଥି ନିରଞ୍ଜନ ଦାଶ, ସାଥି ରଞ୍ଜନ ମଲ୍ଲିକ, ସାଥି ପ୍ରସନ୍ନ ଦାସ, ସାଥି ପଦ୍ମନାଭ ଦାସ, ମାର୍ଶାଘାଇ ଜୋନରୁ ସାଥି ଅଧିକାରୀ ରାଧାକାନ୍ତ ଦାଶ, ସାଥି ସୀତାକାନ୍ତ ନାୟକ, ଆଳି-ରାଜକନିକା ଜୋନରୁ ସାଥି ସୋହାନା ବେଗମ, ସାଥି ଭାରତୀ ବାରିକ, ଚାଷୀନେତା ସାଥି ହରେକୃଷ୍ଣ ମାଝୀ, ସାଥି କୁବେର ସାହୁ, ସାଥି ଅକ୍ଷୟ ମଲ୍ଲିକ, ସାଥି ଭଜହରି ପ୍ରଧାନ, ସାଥି ଦାମୋଦର ମଳିକ, ସାଥି ତ୍ରିଲୋଚନ ସ୍ୱାଇଁ, ସଞ୍ଜୟ ବସନ୍ତିଆ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ