ନୂତନ କୃଷି ଆଇନକୁ ବିରୋଧ ଓ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ ଗ୍ରସ୍ତରେ ନାଉଗାଁ ଚାଷୀ

ନାଉଗାଁ,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଶୁକ୍ରବାର ନାଉଗାଁ ବ୍ଳକର ଚାଷୀ ଦିଲ୍ଲୀ ଗ୍ରସ୍ତରେ ଯାଇଛନ୍ତି । ପ୍ରଥମେ ଦିଲ୍ଲୀ ଗ୍ରସ୍ତ କରୁଥିବା ଛାଷୀମାନେ ନାଉଗାଁ ବଜାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଦିଲ୍ଲୀଗ୍ରସ୍ତର ଶୁଭାରମ୍ଭ କରିଥିଲେ । ଏହି ଗ୍ରସ୍ତରେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ଚତୁଭୂଜ ମହାନ୍ତି, ପ୍ରଫୁଲ୍ଲ ପରିଡା, ରାଜେନ୍ଦ୍ର ବାଲ, ଭୋଳାନାଥ ସେଠୀ ଆଦି ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ