ନୂତନ କୃଷି ବିରୋଧୀ ଆଇନ ପ୍ରତ୍ୟାହାର ଦାବୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ
ଛତ୍ରପୁର,(ଦେବଦତ୍ତ ମହାରଣା) : ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଶନିବାର ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ବିକାଶ ପରିଷଦ ଓ ନବ ନିର୍ମାଣ କୃଷକ ସଂଗଠନ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି । ଚାଷୀମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ଦାବୀ କରାଯିବା ସହ ତିନୋଟି ନୂତନ କୃଷକ ଆଇନ କୁ ପ୍ରତ୍ୟାହାର ଓ ସ୍ଥାବର ସମ୍ପତ୍ତି ଭାରତରେ ପ୍ରଚଳିତ ଲିମିଟେସନ ଆକ୍ଟ ଆଇନରୁ ବାଦ୍ ଦେବା ପାଇଁ ଦାବି କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରାଯାଇଛି । ଏହି ଅବସରରେ ଦୁଇ ସଂଗଠନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କାରଯାଇଛି । ଦୀର୍ଘ ଏକ ସପ୍ତାହ ଧରି ଦିଲ୍ଲୀ ଠାରେ ଚାଲିଥିବା କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକ ଭାଇ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପ୍ରାରମ୍ଭ ରେ ଏହି ଅସମ୍ବୀଧନିକ ଆଇନର ଘୋର ପ୍ରତିବାଦ କରି ଛତ୍ରପୁର ନୂତନ ବସଷ୍ଟାଣ୍ଡ ଠାରୁ ହାତରେ ବିଭିନ୍ନ ଫ୍ଲାଗକାର୍ଡ ଧରି ଦୁଇଟି ସଂଗଠନର ଚାଷୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ପ୍ରତିବାଦ ସଭାରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି କିଶୋର ପାତ୍ର , ସମ୍ପାଦକ ରଶ୍ମୀ ରଂଜନ, , ବିଜୟ କୁମାର ଜେନା, ଗୁରୁ ଚରଣ ପାତ୍ର, ଇ.ରାଜେନ୍ଦ୍ର ପ୍ରସାଦ, ମନୋଜ ବିଷୋୟୀ, କ୍ରିଷ୍ଣାମଣି ବିଷୋୟୀ, ରାଜେନ୍ଦ୍ର ଦଳ ବେହେରା, ବୃନ୍ଦାବନ ବେହେରା, ରମେଶ ଚନ୍ଦ୍ର ସାହୁ, ପ୍ରମୋଦ ସାହୁ ବହୁ ଜନ କ୍ରାନ୍ତି ମୋର୍ଚ୍ଚାର ସୁମା ଦାସ, ନବ ନିର୍ମାଣ କୃଷକ ସଂଗଠନ ଗଂଜାମ ଜିଲ୍ଲା ଶାଖାର ଇନୁ ଆମିନ ଖାନ୍ , ରମେଶ ଚନ୍ଦ୍ର କର , ସୁଦର୍ଶନ ପାତ୍ର,ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।