ନୂତନ ଗ୍ରାମ୍ୟ କମିଟି ଗଠିତ

ଭାପୁର (ଜୁଗାବ୍ଦ ନ୍ୟୁଜ୍‍):ପ୍ରତିବର୍ଷ ପରି ଭାପୁର ଗ୍ରାମରେ ଚଳିତ ବର୍ଷ ଲାଗି ନୂତନ ଗ୍ରାମ୍ୟ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି । ନୂତନ କମିଟିରେ ସଭାପତି ଭାବେ ୮ ନଂ ୱାର୍ଡମେମ୍ବର କାବୁଲି ବରାଡ଼, ସମ୍ପାଦକ ଭାବେ ୯ ନଂ ୱାର୍ଡମେମ୍ବର ଜିତେନ୍ଦ୍ର ସାହୁ, ସହ ସମ୍ପାଦକ ୧୦ ନଂ ୱାର୍ଡ ମେମ୍ବେର କୃଷ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ୧୧ନଂ ୱାର୍ଡମେମ୍ବର ବିଜୟ କୁମାର ସାହୁ ଏବଂ ସହଯୋଗୀ ଭାବେ ୧୨ ନଂ ୱାର୍ଡମେମ୍ବର ବେଣୁଧର ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି । ଭାପୁର ଗ୍ରାମରେ ବାଲୁଙ୍କେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ସହ ପୋଖରୀ ଆଦିର ନିଲାମ ଦାୟିତ୍ୱ ଏହି କମିଟି ମାଧ୍ୟମରେ ସମ୍ପାଦନ କରାଯାଇଥାଏ । ନୂତନ ଭାବେ ଗଠିତ ଉକ୍ତ କମିଟି ଗ୍ରାମର ଉନ୍ନୟନମୂଳକ କାର୍ଯ୍ୟରେ ଗଠନାତ୍ମକ ଭୂମିକା ଗ୍ରହଣ କରିବ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ