ନୂତନ ଜଗନ୍ନାଥ ଓ ଅଷ୍ଟଶମ୍ଭୁ ମନ୍ଦିର ପ୍ରତଷ୍ଠା ମହୋତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡିଏସ ପୁର ପଂଚାୟତର ଉମ୍ବୁରି ଧର୍ମଶରଣପୁର ଶାସନ ଗ୍ରାମରେ ନୂତନ ଜଗନ୍ନାଥ ,ଅଷ୍ଟଶମ୍ଭୁ, କମଳା , ବିମଳା ମନ୍ଦିର ଓ ନାମ ମଣ୍ଡପ ପ୍ରତଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ସରପଞ୍ଚ ଶ୍ରୀକାନ୍ତ ତ୍ରିପାଠୀ ଓ ଗ୍ରାମବାସୀଙ୍କ ମିଳିତ ଭାବେ ଏହାର ପରିଚାଳନା କରୁଛନ୍ତି lପଣ୍ଡିତ ଶ୍ରୀ ତୁମ୍ବନାଥ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଷ୍ଠା ଉତ୍ସବରେ ପ୍ରତିଦିନ ଅର୍ଣ୍ଣଯଜ୍ଞ, ନାମଯଜ୍ଞ, ଘୂତଯଜ୍ଞ, ଗୋ ସେବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l.ବିରୂଳି ଗଡ ରାଜା ସାହେବ ମହେନ୍ଦ୍ର ବିକ୍ରମ ସିଂହ ଦେଓ,ପୂର୍ବତନ ସରପଞ୍ଚ ଶ୍ରୀ ସୁବାଷ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ କର୍ତ୍ତା ଶ୍ରୀ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଓ ଗ୍ରାମ ବାସୀଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ଅନଷ୍ଠିତ ହେଉଅଛି। ଏହି ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ରନାୟକ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ଲକ୍ଷ୍ମୀଚରଣ ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ l ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ପ୍ରବଚନ କାର୍ଯ୍ୟକ୍ରମ, ମୀନା ବଜାର,ଆନନ୍ଦବଜାର,ମଜାଉଠାଉଛନ୍ତି ଭକ୍ତ ମାନେ l ପ୍ରତିଦନ ସନ୍ଧ୍ୟାରେ ଏହା ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି l