ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ଆଜି ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଭକ୍ତ ବା ଶ୍ରଦ୍ଧାଳୁ ମାନେ ମୁକ୍ତହସ୍ତରେ ଦାନ କରିଥିବାର ଜଣାପଡିଛି । ସେମାନେ ହେଲେ ପାରଳାଖେମୁଣ୍ଡିର ବାଲ୍ମିକୀ ବାରିକ ୧୦ହଜାର ଟଙ୍କା, ବାସନ୍ତୀ ମହାରଣା ୩୧ହଜାର ଟଙ୍କା ଏବଂ କେରାଣ୍ଡି ଗ୍ରାମର ଭଗବାନ ମଲ୍ଲିକ ୧୦ହଜାର ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ