ନୂତନ ଡାକ୍ତର ନିଯୁକ୍ତି ନେଇ ୬ ପଞ୍ଚାୟତ ପକ୍ଷରୁ ଦାବିପତ୍ର ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଣୁ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି।ଏହି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିମାପଡ଼ା,ଗୋପ, ନିଆଳି କାକଟପୁର, ଅସ୍ତରଙ୍ଗ ପ୍ରଭୁତି ବ୍ଲକ ର ଲକ୍ଷାଧିକ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଥିବା ବେଳେ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ,ଶିଶୁ ବିଶେଷଜ୍ଞ ,ମେଡିସିନ ବିଭାଗ ଡାକ୍ତର ଙ୍କ ଅଭାବ ହେତୁ ଏହି ମେଡିକାଲ କୁ ଆସୁଥିବା ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଶିଶୁ ବିଶେଷଜ୍ଞ ନ ଥିବାରୁ ଚିକିତ୍ସା ଅବହେଳାରୁ ଏହି ମାସ କ ମଧ୍ୟରେ ପ୍ରାୟ ତିନି ରୁ ଉର୍ଦ୍ଧ ଶିଶୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ତେଣୁ ଖାଲି ଥିବା ଡାକ୍ତର ପଦବୀ ପୂରଣ କରିବା ,ରୋଗୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ୬ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଆଜି ଏକ ଦାବିପତ୍ର ସ୍ଵାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କୁ ଦେଇଛନ୍ତି । ଭୋଦର ପଞ୍ଚାୟତ ର ସରପଂଚ ଙ୍କ ପ୍ରତିନିଧି ପ୍ରଶାନ୍ତ ବେହେରା।,। କଳାପାଞ୍ଚଣ ପଞ୍ଚାୟତ ର ସରପଂଚ ଗୀତାଞ୍ଜଳି ଜେନା ,ତୁଳସୀପୁର ପଞ୍ଚାୟତ ସରପଂଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ , ବାହାରଣା ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ମିଟୁ ସ୍ବାଇଁ ,ଛଣିଜଙ୍ଗ ପଞ୍ଚାୟତ ର ସରପଂଚ ଅଜୟ ପରିଡ଼ା, ତମ୍ପାଳୋ ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ରଚିଦାନନ୍ଦ ଖଟେଇ ,୨୧ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦୁଲ୍ଲଭ ନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।ଦରମା ନ ପାଇ ଚାରି ଜଣ ଡାକ୍ତର ଛୁଟିରେ ରହିବା ,ଖାଲି ଥିବା ଡାକ୍ତର ପଦବୀ ପୂରଣ କରିବା ,ନିରାମୟ ଔଷଧ ରୋଗୀ ମାନଙ୍କୁ ଯୋଗାଇ ଦେବା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଲୋକଙ୍କୁ ସୁଚାରୁ ରୂପେ ଯୋଗାଇ ଦେବାଲାଗି ଏକ ଦାବି ପତ୍ର ଦିଆ ଯାଇଥିବା ବେଳେ ଖୁବ୍ ଶୀଘ୍ର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମନ୍ତ୍ରୀ ଙ୍କୁ ଅବଗତ କରାଯିବ ବୋଲି ଲୋକ ପ୍ରତିନିଧି ମାନେ କହିଛନ୍ତି ।