ନୂତନ ଥାନାଧିକାରୀ ଙ୍କୁ ଉତ୍କଳ ସାମ୍ବାଦିକ ସଂଘର ସ୍ୱାଗତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଭଞ୍ଜନଗର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଥିବା ଧୀରେଶ କୁମାର ଦାସ ଙ୍କୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ପୂର୍ବରୁ ଏଠାରେ କାଯ୍ୟରତ ଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି ହେବା ପରେ ଶ୍ରୀ ଦାସ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି। ବୁଧବାର ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ରବୀନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ,ସଂଯୋଜକ ବିଶ୍ୱମ୍ଭର ଜେନା, ନଚିକେତା ପ୍ରଧାନ,କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ,ରଞ୍ଜନ ସ୍ୱାଇଁ,ମନୋଜ ଗୌଡ଼, ବବି ରଥ,ପପୁ ପ୍ରଧାନ,ଗିରିସ ସାହୁ,ଅନିଲ ସେଠୀ ପ୍ରମୁଖ ନୂତନ ଥାନାଧିକାରୀ ଶ୍ରୀଦାସ ଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, କଡାକଡି ପେଟ୍ରୋଲିଂ, ଅସାମାଜିକ କାଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଥାନାଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଅବାଧ ନିରପେକ୍ଷ ଭାବେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିବା ପାଇଁ ସେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି l


