ନୂତନ ଥାନା ଅଧିକାରୀଙ୍କୁ ଚ୍ୟାଲେଞ୍ଚ କଲେ ମାଫିଆ ଏବଂ ଚୋର

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରେ ରହିଛି ଝାରପୋଖରିଆ ଥାନା | ଏହି ଥାନା ସବୁ ସମୟରେ ଜିଲ୍ଲା ଏବଂ ରାଜ୍ୟରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ରହି ଆସିଛି । ଗତ ୭-୩-୨୫ ରିଖ ଜିଲ୍ଲା ଆରକ୍ଷ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଅଦଳ ବଦଳ ରେ ଝାରପୋଖରିଆ ଥାନାକୁ ମଧ୍ୟ ବାଦ ଦିଆଯାଇ ନାହିଁ । ତେବେ ଏହି ଥାନାରୁ କାର୍ଯ୍ୟରତ ଥାନା ଅଧିକାରୀ ଶ୍ରୀ ଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଥାନା ଅଧିକାରୀ ଭାବେ ଜିଲ୍ଲାର ସାଇବର ଅଧିକାରୀ ଶ୍ରୀଯୁକ୍ତ ପ୍ରଭୂକଲ୍ୟାଣ ଆଚାଯ୍ୟ ଙ୍କୁ ନିଯୁକ୍ତି ଦିଆ ଯାଇଛି | ଶ୍ରୀଯୁକ୍ତ ଆଚାଯ୍ୟ ପୂର୍ଵରୁ ବହୁ ଚର୍ଚ୍ଚିତ ସେ ଜଣେ ସୁଦକ୍ଷ୍ୟ ଅଫିସର ଭାବେ ଜିଲ୍ଲାରେ ପରିଚିତ , କିନ୍ତୁ ଝାରପୋଖରିଆ ଥାନା ଅଧୀନରେ ଥିବା ଅଞ୍ଚଳରେ ବହୁ କଳା ବେପାରୀଙ୍କ ରାଜ ଏଵଂ ପଶା ପାଲି ର ଦୌରାତ୍ମ୍ୟ ବହୁ ପୂର୍ଵରୁ ଚାଲି ଆସୁଥିବାର ଦେଖିବାକୁ ମିଲୁଥିବା ବେଳେ ହଠାତ୍ ଥାନା ଅଧିକାରୀଙ୍କ ବଦଳି ପରେ ନିଯୁକ୍ତି ପାଇଥିବା ନୂତନ ଥାନା ଅଧିକାରୀ କିଛି କରି ଦେଖାଇବେ ନାଁ ପୂର୍ଵପରି ସବୁକିଛି ସେମିତି ଚାଳିବ , ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ତେବେ ଥାନା ଅଧିକାରୀ ତାଙ୍କ କାର୍ଯ୍ୟ କୁ ସେ ଠିକ ସରକାରୀ ନିୟମ ଅନୁସାରେ କରିବେ ତାହେଲେ ମାଫିଆ ମାନେ କଣ କରିବେ ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟ ପଟେ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟ ରେ ଯୋଗଦାନ ଦେଉ ଦେଉ ଅଞ୍ଚଳର କିଛି ଚୋର ଏବଂ ମାଫିଆ ତାଙ୍କୁ ଚ୍ୟାଲେଞ୍ଚ ଦେଇ ସାରିଲେଣି | ତେବେ ଦେଖିବାକୁ ବାକି ରହିଲା ପୋଲିସ କୁ ଦେଇ ଥିବା ଚ୍ୟାଲେଞ୍ଚ କୁ କିପରି ଭାବରେ ପ୍ରତିଉତ୍ତର ଦେଉଛନ୍ତି ଶ୍ରୀ ଆଚାର୍ଯ୍ୟ | ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟ ରେ ଯୋଗ ଦେଉ ଦେଉ ପଶା ପାଲି ର ଦୌରାତ୍ମ୍ୟ , ତିନିରାଜ୍ୟର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରୁ ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି ଏବଂ ମାଫିଆ ମାନେ କୋଟି କୋଟି ଟଙ୍କାର ନିଶ୍ଚିତ ରେ ନିଲାମ ବିହୀନ ଲଘୁ ଖଣିଜ ଦ୍ରବ୍ୟ ଚୋରି କରି ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିବାର ଦେଖିବାକୁ ମିଳିଛି । ଏପରି ପରିସ୍ଥିତି ରେ ଥାନା ଅଧିକାରୀ ଶ୍ରୀ ଆଚାର୍ଯ୍ୟ ଏମାନଙ୍କ ଉପରେ କଣ ଏବଂ କିପରି ପଦକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ