ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଦେବ୍ କୁମାର ଗମାଙ୍ଗଙ୍କୁ ସ୍ୱାଗତ ଜଣାଇଛନ୍ତି ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ I ଏହା ପୂର୍ବରୁ ଏଠାରେ କାର୍ଯ୍ୟରତ ଥାନା ଅଧିକାରୀ ଧିରେଶ କୁମାର ଦାସ ଭଞ୍ଜନଗର ଥାନାକୁ ବଦଳି ହୋଇଯିବା ପରେ ଶ୍ରୀ ଗମାଙ୍ଗ ଏଠାରେ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି I ଆଜି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ପ୍ରେସକ୍ଲବ କୋଷାଧ୍ୟକ୍ଷ ବିଭୂପାଦ ଜେନା ,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର ବିଷୋୟୀ, ପଞ୍ଚାନନ ସାହୁ, ସନ୍ତୋଷ କୁମାର ଡାକୁଆ, ଅରୁଣ ସ୍ଵାଇଁ ଏବଂ ଶିଶିର କୁମାର ସ୍ଵାଇଁ ପ୍ରମୁଖ ନୂତନ ଥାନା ଅଧିକାରୀ ଶ୍ରୀ ଗମାଙ୍ଗଙ୍କୁ ସାକ୍ଷାତ୍ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି I ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଭାବେ ଯୋଗ ଦେବା ପରେ ଶ୍ରୀ ଗମାଙ୍ଗ ଗାଙ୍ଗପୁର ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, କଡାକଡି ପାଟ୍ରୋଲିଂ, ଅସାମାଜିକ କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ପ୍ରକାଶ କରିବା ସହିତ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଅବାଧ ନିରପେକ୍ଷ ଭାବେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ