ନୂତନ ନଳକୂପ ଖନକୁ ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି
କୁଚିଣ୍ଡା, (ଲିପନ ନାଏକ):ଜମନକିରା ବ୍ଲକ ସଦର ମହକୁମାରେ ପାଣି ସମସ୍ୟାର ସମାଧାନ ପାଇଁ ବ୍ଲକ ପରିସରରେ ଏକ ବର୍ଷ ପୂର୍ବେ ଖୋଲା ଯାଇଥିବା ଏକ ନୂତନ ଗଭୀର କୂଅ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ବର୍ତମାନ ଗ୍ରୀଷ୍ମ ପ୍ରଭାବ ଆରମ୍ଭରୁ ଜମନକିରା ବ୍ଲକ ସଦର ମହକୁମାରେ ପାଣି ସମସ୍ୟାର ସମାଧାନ ପାଇଁ ୧୪ ତାରିଖ ରେ ହୋଇଥିବା ଗ୍ରାମ ସଭାରେ ବର୍ଷୀଛନ୍ତି ଜନ ସାଧାରଣ। ଜମନକିରା ରେ ଦୁଇ ସମୟ ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ୭ ଦିନରେ ପାଣି ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ରେ ତାଲା ପକାଇବେ ବୋଲି ବର୍ଷୀଥିଲେ ଗ୍ରାମ ବାସି। ଗୋଟିଏ ପଟେ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ଫଳା ଫଳ କିଛି ମିଳିପାରୁନି ଯାହାର ଉଦାହରଣ ଗତ ବର୍ଷ ଖୋଲା ଯାଇଥିବା ନୂତନ ଗଭୀର କୂଅ। ଗତ ବର୍ଷ ଜାନୁଆରୀ ମାସରେ ଏକ ନୂତନ ଗଭୀର କୂଅ ଖୋଲା ଯାଇଛି ହେଲେ ଏହି ନଳକୂପକୁ ଖୋଲା ଯିବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଜମନକିରା ରେ ପାଣିସମସ୍ୟା ପାଇଁ ଏହି ନଳକୂପ ଖନନ କରାଯାଇଥିଲା। ଏଠାରେ କହିବାକୁ ଚାହୁଁ କି ଜମନକିରା କଦଳିମୁଣ୍ଡା ଠାରେ ୨୦ହଜ଼ାର ଲିଟର ବିଶିଷ୍ଟ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ ହୋଇଛି ହେଲେ ଏହି ପାଣି ଟାଙ୍କି କୁ ଭର୍ତି ହେବାକୁ ବହୁତ ସମୟ ନେଉଥିବା ବେଳେ ଖାଲି ହେବାକୁ ୨ ଘଣ୍ଟା ସମୟ ଲାଗେ ଯାହା ଫଳରେ ଅଞ୍ଚଳ ବାସୀଙ୍କୁ କେବଳ ସକାଳ ସମୟରେ ଏକ ଘଣ୍ଟା ପାଣି ମିଳିଥାଏ ଯାହାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ନୂତନ କୂଅ ଖୋଳା ଯାଇ ସିଧା ସଳଖ ପାଇପ ଯୋଗେ ଜମନକିରା ଅଂଚଳବାସୀଙ୍କୁ ପାଣି ଯୋଗାଇଦେବା ପାଇଁ ଯୋଜନା କରାଯାଇଛି ହେଲେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟ କାରି କରାଯାଇ ପାରି ନାହିଁ ଯାହାଫଳରେ ଗ୍ରୀଷ୍ମ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏଣୁକରି ସମ୍ବଲପୁର ଜିଲ୍ଲା ପାଳ ଏଥି ପ୍ରତି ଧ୍ୟାନ ଦେଇ ଯଥାଶୀଘ୍ର ଜମନକିରା ବାସୀଙ୍କୁ ପାଣି ଯୋଗାଇ ଦେବାକୁ ସାଧାରଣ ରେ ଦାବି ହୋଇଛି।