ନୂତନ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି) ଦ୍ୱାରା ପରିଚାଳିତ ଏଏସ୍‍ଓ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ସଫଳ ପରୀକ୍ଷାର୍ଥୀମାନେ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍‍ ସେକ୍ସନ ଅଫିସର ଭାବେ ନିଯୁକ୍ତି ପାଇବେ । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜାନୁଆରୀ ୨୦ ତାରିଖରେ ରାଜ୍ୟ ସଚିବାଳୟରେ ଖାଲି ପଡ଼ିଥିବା ୫୦୦ଟି ଏଏସ୍‍ଓ ପଦ ପୂରଣ ଲାଗି ଓପିଏସସି ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ନିଯୁକ୍ତି ଲାଗି ଓପିଏସସି ସୁପାରିଶ କରିଥିଲା। ଏମାନଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ସୋମବାର ଅନୁମୋଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ