ନୂତନ ପୋର୍ଟାଲରେ ଉଦ୍ୟୋଗୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟାର ଆରମ୍ଭ କରାଯିବ
ନୂଆଦିଲ୍ଲୀ : କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏମଏସଏମଇ ପକ୍ଷରୁ ପୂର୍ବର ଜୁନ ୨୬, ୨୦୨୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ କରାଯାଇଥିବା ଘୋଷଣା ଅନୁସାରେ ଜୁଲାଇ ୧, ୨୦୨୦ ଠାରୁ ଉଦ୍ୟୋଗଗୁଡ଼ିକର ବର୍ଗୀକରଣ ଏବଂ ପଞ୍ଜିକରଣର ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି । ଏଥିପାଇଁ ଗୋଟିଏ ଉଦ୍ୟୋଗକୁ ଉଦ୍ୟବ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ । ଏହି ପ୍ରକ୍ରିୟାର ରହିଥିବା ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଲା, ଏମଏସଏମଇର ପଞ୍ଜିକରଣ ପ୍ରକ୍ରିୟାକୁ ସଂପୂର୍ଣ ରୂପେ ଅନଲାଇନ କରାଯାଇଛି ଏବଂ ଏହା ଆତ୍ମ ଘୋଷଣା ଆଧାରରେ ସଂପାଦନ କରାଯିବ । ଏମଏସଏମଇ ଭାବେ ପଞ୍ଜିକରଣ ହେବା ସକାଶେ କୌଣସି ନଥି କିମ୍ବା ପ୍ରମାଣପତ୍ରକୁ ଅପଲୋଡ଼ କରିବାକୁ ପଡ଼ିବନାହିଁ, ଏହି ପଞ୍ଜିକରଣ ସକାଶେ ଆଧାର ନମ୍ବର ଆବଶ୍ୟକ ହେବ, ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବାପରେ ଗୋଟିଏ ପଞ୍ଜିକରଣ ନମ୍ବର ପ୍ରଦାନ କରାଯିବ, ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ, ଏକ ଉଦ୍ୟମ ପଞ୍ଜିକରଣ ସାର୍ଟିଫିକେଟ ଜାରି କରାଯିବ, ଏହି ସାର୍ଟିଫିକେଟରେ ଏକ ଡାଇନାମିକ୍ କ୍ୟୁଆର କୋଡ଼ ରହିବ ଯେଉଁଥିରୁ ଆମର ୱେବ୍ ପେଜ୍ ଏବଂ ଏବଂ ସେହି ଉଦ୍ୟୋଗ ସଂପର୍କୀତ ବିସ୍ତୃତ ବିବରଣୀକୁ ଆକସେସ୍ କରିହେବ, ଏଥିପାଇଁ ପଞ୍ଜିକରଣର ନବୀକରଣ କରିବାର ଆବଶ୍ୟକତା ନାହିଁ, ସଂପୃକ୍ତ ସରକାରୀ ଡ଼ାଟା ବେସ୍ରୁ ଆପେ ଆପେ ଉଦ୍ୟୋଗଗୁଡ଼ିକର ନିବେଶ ଏବଂ କାରବାର ସଂପର୍କୀତ ବିସ୍ତୃତ ବିବରଣୀ ମିଳିପାରିବ, ଏମଏସଏମଇ ମନ୍ତ୍ରଣାଳୟର ଅନଲାଇନ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଆୟକର ବିଭାଗ ଏବଂ ଜିଏସଟିଆଇଏନ ବ୍ୟବସ୍ଥା ସହ ସଂଯୁକ୍ତ ହୋଇ ରହିବ, ଯେଉଁମାନଙ୍କର ଇଏମ-୨ କିମ୍ବା ୟୁଏଏମ ପଞ୍ଜିକରଣ ଥିବ ଅଥବା ଏମଏସଏମଇ ମନ୍ତ୍ରଣାଳୟ ଅଧୀନସ୍ଥ କୌଣସି କ୍ଷମତାପ୍ରାପ୍ତ ଅଧିକାରୀ ଅନ୍ୟ ପଞ୍ଜିକରଣ ଜାରି କରିଥିବେ, ସେମାନେ ମଧ୍ୟ ପୁନଃ ପଞ୍ଜିକରଣ କରିବେ, କୌଣସି ଉଦ୍ୟୋଗ ଗୋଟିଏରୁ ଅଧିକ ଉଦ୍ୟମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ନାହିଁ । କିନ୍ତୁ, ଗୋଟିଏପଞ୍ଜିକରଣରେ ଉତ୍ପାଦନ କିମ୍ବା ସେବା ଅଥବା ଉଭୟ ଯେତେ ସଂଖ୍ୟକ କାର୍ଯ୍ୟ ବିନିର୍ଦ୍ଦିଷ୍ଟ ଅବା ସଂଯୋଗ କରାଯାଇପାରିବ, ସରକାରଙ୍କ ସରଳୀକରଣ ବ୍ୟବସ୍ଥା ଯାହାକି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଭାବେ ସୁପରିଚିତ ଏବଂ ତାହା ଚାମ୍ପିଅନ୍ସ କଣ୍ଟ୍ରୋଲ ରୁମ୍ ଠାରେ ଓ ଡିଆଇସିରେ ଅବସ୍ଥାପିତ ଏହି ପ୍ରକ୍ରିୟାରେ ସେମାନେ ଲୋକମାନଙ୍କୁ ସାହାଯ୍ୟ ଯୋଗାଇଦେବେ, ଏହି ପଞ୍ଜିକରଣ ସଂପୂର୍ଣ୍ଣ ଦେୟମୁକ୍ତ । ଏହି ପରିପ୍ରେକ୍ଷୀରେ କୌଣସି ମୂଲ୍ୟ କିମ୍ବା ଫିସ୍ ଦେବାକୁ ପଡ଼ିବନାହିଁ । ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି ପ୍ରକଟ କରାଯାଇଛି ଯେ ଏହି ପ୍ରକ୍ରିୟା ଅତି ମାତ୍ରାରେ ସରଳ , ଅବାଧ ଏବଂ ଉଦ୍ୟୋଗୀମାନଙ୍କୁ ସହାୟକ ହେବ । ଇଜ୍ ଅଫ୍ ଡୁଇଂ ବିଜିନେଓ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ଯାହା କେବଳ ଭାରତ ପାଇଁ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଉପକାରସିଦ୍ଧ ହେବ । ଏହା କାରବାର ସମୟ ଓ ମୂଲ୍ୟ ହ୍ରାସ କରିବ । ଏହା ଦ୍ୱାରା ଉଦ୍ୟୋଗ ତଥା ଉଦ୍ୟୋଗୀମାନେ ସେମାନଙ୍କର ବାସ୍ତବ କାର୍ଯ୍ୟରେ ମନୋନିବେଶ କରିପାରିବେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ । ସେହିଭଳି, କେତେକ ଘରୋଇ ୱେବସାଇଟ୍ ଯାହାକି ନିଜକୁ ସରକାରୀ ୱେବସାଇଟ୍ ବୋଲି ନିଜକୁ ଉପସ୍ଥାପନ କରୁଛନ୍ତି ସେହି ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ କେବଳ ଭାରତ ସରକାରଙ୍କ ଏହି ପୋର୍ଟାଲ (www.udyamregistration.gov.in)କୁ ଛାଡ଼ି ଏବଂ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ଫାସିଲିଟେସନ୍ ବ୍ୟବସ୍ଥାକୁ ଛାଡ଼ି ଅନ୍ୟ କୌଣସି ପ୍ରକାର ଘରୋଇ ଅନଲାଇନ କିମ୍ବା ଅଫଲାଇନ୍ ସେବା, ଏଜେନ୍ସି କିମ୍ବା କ୍ଷମତାପ୍ରାପ୍ତ ବ୍ୟକ୍ତି ବା ଏମଏସଏମଇ ପଞ୍ଜିକରଣ କରିବା ସକାଶେ ଯୋଗ୍ୟ ବ୍ୟକ୍ତି କିମ୍ବା ଏହି ପ୍ରକ୍ରିୟା ସଂପର୍କୀତ କୌଣସି କାର୍ଯ୍ୟ କରିବାକୁ ଚୟନ କରାଯାଇନାହାନ୍ତି ।