ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ ସମୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଦେଇଥିବା ପ୍ରତିଶୃତି ଅନୁଯାୟୀ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବଇଁଚା ପଂଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତାବିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସେ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ଅନ୍ତର୍ଗତ ବଇଁଚା ଗ୍ରାମର ଜଳ ଉତ୍ସ ସ୍ଥାପନ ସହ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ବୋଲି ଶ୍ରୀ ଦତ୍ତ ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ । ଏହା ସହିତ ବିଧାୟକ ପଞ୍ଚାୟତରେ ଅତ୍ୟନ୍ତ ଖରାପ ସ୍ଥିତିରେ ଥିବା ଏକ ପକ୍କା ରାସ୍ତାର ମରାମତି କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସମସ୍ତ ପ୍ରକଳ୍ପକୁ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ୨୪ବର୍ଷ ମଧ୍ୟରେ ଗ୍ରାମଂଚଳରେ ଲୋକଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି । ରାଜ୍ୟର ନୂତନ ଭାବେ ଦାୟିତ୍ୱ ନେଇଥିବା ଲୋକଙ୍କ ସରକାର ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ବିଶେଷ ଭାବେ ପାନୀୟ ଜଳ ଯୋଗାଣ ସହିତ ଗମନାଗମନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ଦତ୍ତ କରିଛନ୍ତି । ଧାର୍ଯ୍ୟ ସମୟ ସୀମା ପୂର୍ବରୁ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ଦତ୍ତ କହିଛନ୍ତି । ଏହାପରେ ବିଧାୟକ ଶ୍ରୀ ଦତ୍ତ ବଇଁଚା ପଞ୍ଚାୟତରେ ‘ସେବା ପକ୍ଷ’ ପାଳନ ଅବସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ବୃକ୍ଷ ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ କମଳା କାନ୍ତ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ, ଗୌରାଙ୍ଗ ଦାସ, ଉପେନ୍ଦ୍ର ଶତପଥୀ, ସୌଭାଗ୍ୟ ମାନସ ନାୟକ, ରାକେଶ ଖୁଣ୍ଟିଆ, ଜୟନ୍ତ ସେଠି, ସୁଭଦ୍ରା ଖଟୁଆ, ଦୀପା ମାଝୀ, ମାନସୀ ମାଝୀ, ଗାୟତ୍ରୀ ମାଝୀ, ଶ୍ରୀନିବାସ ମହାଳିକ, ଭୀମକାନ୍ତ ତରେଇ, ପ୍ରଶାନ୍ତ ବେହେରା ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ